ବାଲିଆ(ଉତ୍ତର ପ୍ରଦେଶ), ୧୦।୩ – ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଭାଜପାକୁ ହରାଇବା ପାଇଁ ଚଳିତ ସପ୍ତାହରେ କୋଲକାତା ଗସ୍ତ କରିବେ ଭାରତୀୟ କିଷାନ ୟୁନିଅନ (ବିକେୟୁ) ନେତା ରାକେଶ ଟିକାୟତ। ଏ ନେଇ ସେ ବୁଧବାର ଘୋଷଣା କରିଛନ୍ତି। ନିର୍ବାଚନରେ ସେ କୌଣସି ଦଳକୁ ସମର୍ଥନ କରୁ ନାହିଁ। ଆଉ ମୁଁ ଭୋଟ ମାଗିବାକୁ ଯାଉ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଟିକାୟତ।
“ମୁଁ ୧୩ ତାରିଖରେ କୋଲକାତା ଯିବି। କୋଲକାତାରୁ ନିର୍ଣ୍ଣାୟକ ଆନ୍ଦୋଳନ ଆରମ୍ଭ ହେବ। ଆମେ ସେଠାରେ କୃଷକଙ୍କ ସହ କଥା ହେବୁ ଓ ଭାଜପାକୁ ହରାଇବାକୁ କହିବୁ” ବୋଲି ଉତ୍ତର ପ୍ରଦେଶର ବାଲିଆରେ ଆୟୋଜିତ କିଷାନ ମହାପଞ୍ଚାୟତରେ ଯୋଗଦେଇ ସେ କହିଛନ୍ତି।