Categories: ଜାତୀୟ

ଅପେକ୍ଷା କରିବାକୁ ପଡିବନି ଅଧିକ ସମୟ, ଘଣ୍ଟାଏ ପୂର୍ବରୁ ଜଣାପଡିଯିବ ୫ ରାଜ୍ୟରେ କିଏ ଗଢିବ ସରକାର

ନୂଆଦିଲ୍ଲୀ,୩୦।୧୧: ଦେଶରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ଏବେ ସମସ୍ତଙ୍କର ନଜର। ଏବେଠାରୁ ଏହାକୁ ନେଇ ଏକଜିଟ ପୋଲର ଫଳାଫଳ ବି ଆସିଗଲାଣି। ନିର୍ବାଚନ କମିଶନ ଏକଜିଟ ପୋଲ ଦେଖାଇବାର ସମୟକୁ ନେଇ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ବିଜ୍ଞପ୍ତି ଅନୁଯାୟୀ, ନଭେମ୍ବର ୩୦ରେ ଅପରାହ୍ନ ୫ଟା ୩୦ରୁ ଏକଜିଟ ପୋଲ ଦେଖାଯାଇପାରିବ। ଏହାପୂର୍ବରୁ, ନିର୍ବାଚନ ଆୟୋଗ ନଭେମ୍ବର ୭ ସକାଳ ୭ଟାରୁ ୩୦ ନଭେମ୍ବର ସନ୍ଧ୍ୟା ୬ଟା ୩୦ ମଧ୍ୟରେ ପାଞ୍ଚଟି ରାଜ୍ୟରେ ମତଦାନ ଆରମ୍ଭରେ ଏକଜିଟ ପୋଲକୁ ବାରଣ କରିଥିଲେ।

୫ ରାଜ୍ୟର ଏକଜିଟ ପୋଲ ଗୁରୁବାର ୫ଟା ୩୦ରୁ ଟେଲିଭିଜନି ଚ୍ୟାନେଲରେ ପ୍ରଦର୍ଶିତ ହେବ ଯେଉଁଥିରେ ସମସ୍ତ ରାଜ୍ୟରେ ଜିତିବାର ସମ୍ଭାବନା ଥିବା ଦଳ ବିଷୟରେ ସୂଚନା ଦିଆଯିବ।
ସମସ୍ତ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଡିସେମ୍ବର ୩ରେ ଆସିବ। ଏଥିରେ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲେଙ୍ଗାନା ଏବଂ ମିଜୋରାମ ଅନ୍ତର୍ଭୁକ୍ତ।
ନିର୍ବାଚନ ଆୟୋଗ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଏକଜିଟ ପୋଲ ଦେଖାଇବା ଉପରେ ଏକ ନିଷେଧାଦେଶ ଜାରି ରଖିଥିଲେ, କାରଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏକଜିଟ ପୋଲ ଦେଖାଇବା ଫଳାଫଳ ଉପରେ ପ୍ରଭାବ ପକାଇପାରେ ବୋଲି ବିଶ୍ୱାସ କରାଯାଏ। ତଥାପି, ଏକଜିଟ ପୋଲ ଫଳାଫଳ ସବୁବେଳେ ସଠିକ ନୁହେଁ।
ଆପଣ ଏଠାରେ ଲାଇଭ ଷ୍ଟ୍ରିମ ଦେଖିପାରିବେ।

Share