Categories: ଖେଳ

ଟିମ୍‌ ଇଣ୍ଡିଆକୁ ବାଏ କହିବେ ହେଡ କୋଚ୍‌ ରାହୁଲ ଦ୍ରାବିଡ? ଏହି ୨ ଆଇପିଏଲ୍‌ ଟିମ୍‌ରୁ ମିଳିଲା ବମ୍ପର ଅଫର!

ନୂଆଦିଲ୍ଲୀ,୨୫।୧୧: ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୨୩ ଶେଷ ହେବା ସହ ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ ହୋଇଛି। ରାହୁଲ ୨୦୨୧ରେ ଟି୨୦ ବିଶ୍ୱକପ୍‌ ପରେ ଦଳର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ରବି ଶାସ୍ତ୍ରୀଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ମିଳିଥିଲା। ତେବେ ଚୁକ୍ତିର ସମୟସୀମା ଶେଷ ହୋଇଥିବା ଯୋଗୁ ରାହୁଲ ଆଇପିଏଲ୍‌ରେ ମେଣ୍ଟର ଭାବେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ବଢ଼ିବାରେ ଲାଗିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ ପକ୍ଷରୁ ତାଙ୍କୁ ଅଫର ମିଳିଥିବା ଏକ ରିପୋର୍ଟରେ କୁହାଯାଇଛି। ଯଦି ସବୁକିଛି ଠିକ୍‌ ରୁହେ ତେବେ ସେ ଆଇପିଏଲ୍‌ ୨୦୨୪ ପୂର୍ବରୁ ଏଲ୍‌ଏସ୍‌ଜିର ମେଣ୍ଟର ହୋଇପାରନ୍ତି। ଆଗାମୀ ଦିନରେ ଦ୍ରାବିଡ୍‌ ଏବଂ ବିସିସିଆଇ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଦ୍ରାବିଡ ଭାରତର କୋଚ୍‌ ଭାବେ କାର୍ଯ୍ୟକାଳକୁ ବଢ଼ାଇବା ନେଇ ଦାବି କରିବା ଆଶା କମ୍‌ ବୋଲି କୁହାଯାଉଛି।

୫୦ ବର୍ଷୀୟ ଦ୍ରାବିଡ ଟିମ୍‌ର ବ୍ୟସ୍ତ କାର୍ଯ୍ୟକ୍ରମ ଏବଂ ଲଗାତାର ଯାତ୍ରାକୁ ନେଇ ପରିବାର ସହ ସମୟ ବିତାଇ ପାରୁ ନ ଥିଲେ। ଏଣୁ ଆଇପିଏଲ ସହ ଯୋଡ଼ି ହେଲେ ପରିବାର ସହ ସେ ପର୍ଯ୍ୟାପ୍ତ ସମୟ ବିତାଇପାରିବେ। କାରଣ ଏହି ଟୁର୍ନାମେଣ୍ଟ ମାତ୍ର ୨ ମାସ ଯାଏ ଚାଲିଥାଏ।

ଚଳିତ ବର୍ଷ ଏଲ୍‌ଏସ୍‌ଜି ଦ୍ରାବିଡଙ୍କୁ ନିଜ ମେଣ୍ଟର କରିବାକୁ ଉତ୍ସାହିତ ଅଛି। କାରଣ ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସ ଚାଲିଯିବା ପରେ ଏଲ୍‌ଏସ୍‌ଜି ମେଣ୍ଟର ପଦ ଖାଲି ପଡ଼ିଛି। ସେହିଭଳି ୨୦୦୮ର ଆଇପିଏଲ୍‌ ଚାମ୍ପିୟନ ରାଜସ୍ଥାନ ରୟାଲ୍ସ(ଆର୍‌ଆର୍‌) ମଧ୍ୟ ଦ୍ରାବିଡଙ୍କୁ ନିଜ ସହ ଯୋଡ଼ିବାକୁ ଚାହୁଁଛି। ପୂର୍ବରୁ ମଧ୍ୟ ଆଇପିଏଲରେ ରାଜସ୍ଥାନ ରୟାଲ ସହ ଖେଳାଳି ଏବଂ କୋଚ୍‌ ଉଭୟ ଭୂମିକାରେ ସେ ନଜର ଆସିଛନ୍ତି। ଏପରିକି ଇଣ୍ଡିଆ ଏ ଏବଂ ଏନ୍‌ସିଏ ସହ ମଧ୍ୟ ସେ କାମ କରିଛନ୍ତି।

Share