Categories: ଖେଳ

ଆଇସିସିର ନିମନ୍ତ୍ରଣ ପରେ ବି ଓ୍ବାର୍ଲଡ କପ ଦେଖିପାରିବେନି କି ଇମ୍ରାନ

ଇସଲାମାବାଦ,୧୦।୧୧: ଭାରତ ଦ୍ୱାରା ଆୟୋଜିତ ଏକ ଦିବସୀୟ ବିଶ୍ୱକପ ୨୦୨୩ଏହାର ଶେଷ ଆଡକୁ ଗତି କରୁଛି। ଏହି ଟୁର୍ନାମେଣ୍ଟରେ ୩ ଟି ସେମିଫାଇନାଲିଷ୍ଟ ଅଛନ୍ତି ଏବଂ ଚତୁର୍ଥଟି ମଧ୍ୟ ପ୍ରାୟ ଚୂଡାନ୍ତ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ଏବଂ ଦ୍ୱିତୀୟଟି ୧୬ନଭେମ୍ବରରେ ଖେଳାଯିବ। ଏହା ପରେ ନଭେମ୍ବର ୧୯ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ, ଯେଉଁଥିପାଇଁ ସମସ୍ତ ବିଶ୍ୱକପ ବିଜେତା ଅଧିନାୟକଙ୍କୁ ଆଇସିସି ନିମନ୍ତ୍ରଣ କରିଥିଲା, କିନ୍ତୁ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାଁ ଏଥିରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି କୁହାଯାଉଛି।

୧୯୯୨ରେ ପାକିସ୍ତାନର ପ୍ରଥମ ଏକ ଦିବସୀୟ ବିଶ୍ୱକପ ଜିତିଥିବା ପୂର୍ବତନ ଅଧିନାୟକ ଇମ୍ରାନ ଖାଁ ଭାରତରେ ଖେଳାଯାଉଥିବା ୨୦୨୩ଦିନିକିଆ ବିଶ୍ୱକପ ଦେଖି ପାରିବେ ନାହିଁ କାରଣ ତାଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଛି। ବିଶ୍ୱକପ ଫାଇନାଲ ଦେଖିବା ପାଇଁ ଆଇସିସି ଦ୍ୱାରା ଇମ୍ରାନ ଖାଁଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବାସ୍ତବରେ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଜେଲରେ ଅଛନ୍ତି, ଯେଉଁଥିପାଇଁ ସେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଦେଖିବାକୁ ଭାରତ ଆସିପାରିବେ ନାହିଁ।

Share