Categories: ଖେଳ

ସେମିଫାଇନାଲରେ ଭାରତ-ଆଫଗାନିସ୍ତାନ ହେବ କି ଭେଟ ?…

ମୁମ୍ବାଇ,୭।୧୧ : ଆଫଗାନିସ୍ତାନ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ୧୬ ପଏଣ୍ଟ ସହିତ ରହି ସେମିଫାଇନାଲ ପାଇଁ ଟିକେଟ ପାଇସାରିଛି। ସେହିପରି ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲ ପାଇଁ ଟିକେଟ ହାସଲ କରିଛି। ଏବେ ନମ୍ବର ୩ ଏବଂ ୪ ପାଇଁ ପ୍ରତିଯୋଗିତା ଚାଲିଛି।

ଯଦି ଆଫଗାନିସ୍ତାନ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାକୁ ପରାଜିତ କରେ ତେବେ ୧୨ ପଏଣ୍ଟ ସହ ରନ ରେଟ ଅନୁସାରେ ୪ ନମ୍ବର ସ୍ଥାନରେ ରହିବ। ଫଳରେ ଶୀର୍ଷରେ ଥିବା ଭାରତ ସହିତ ସେମିଫାଇନାଲରେ ଆଫଗାନିସ୍ତାନର ଭେଟ ହୋଇପାରେ।

ତେବେ ଯଦି ପାକିସ୍ତାନ ଇଂଲଣ୍ଡକୁ ପରାଜିତ କରେ ଏବଂ ନଭେମ୍ବର ୯ରେ ଥିବା ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମ୍ୟାଚରେ ଶ୍ରୀଲଙ୍କା ବିଜୟୀ ହୁଏ ଅବା ସମ୍ଭାବ୍ୟ ବର୍ଷା ଯୋଗୁ ପଏଣ୍ଟ ପାଗ କରାଯାଏ ତେବେ ଯାଇ ପାକିସ୍ତାନ ସହ ଭାରତର ସେମିଫାଇନାଲରେ ଭେଟ ହେବାର ଆଶା ରହିଛି।

Share