ଭାରତ ଚାମ୍ପିୟନ୍‌ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି, ଖେଳ ମନ୍ତ୍ରୀ କହିଲେ..

ନୂଆଦିଲ୍ଲୀ,୧୭।୧୧:ଆସନ୍ତା ୧୦ ବର୍ଷ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏକ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଘୋଷଣା କରିଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। ଆଇସିସି ଟୁର୍ନାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ ଏକ ପ୍ରମୁଖ ଆଲୋଚନାର ବିଷୟ ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏହା ଉପରେ ନିଜର ମତାମତ ଦେଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ପାଇଁ ‘ମେନ ଇନ ବ୍ଲୁ’ (ଟିମ ଇଣ୍ଡିଆ) ପାକିସ୍ତାନ ଗସ୍ତ କରିବ କି ନାହିଁ ଅନୁରାଗ ଠାକୁର ସେ ନେଇ ସୂଚନା ଦେଇଛନ୍ତି। ବୁଧବାର ଅନୁରାଗ ଠାକୁର କହିଛନ୍ତି ଯେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିରେ ଜଡିତ ହେବ ଏବଂ ବହୁ ବିଚାରବିମର୍ସ ପରେ ହିଁ ନିଷ୍ପତ୍ତି ନିଆଯିବ। ନିକଟରେ ଅନେକ ଦେଶ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ପଛଘୁଞ୍ଚା ଦେଇଛନ୍ତି। ସେହି ସମୟରେ ପୁନର୍ବାର ସୁରକ୍ଷା ଉପରେ ନଜର ରଖିବ ଏବଂ ନିଷ୍ପତ୍ତି ନେବ।
ଦୁଇ ଦେଶ ମଧ୍ୟରେ ରାଜନୈତିକ ତିକ୍ତତା ଯୋଗୁୁ ଭାରତ ଏବଂ ପାକିସ୍ତାନ ଏବେ କେବଳ ଆଇସିସି ଟୁର୍ନାମେଣ୍ଟରେ ମୁହାଁମୁହିଁ ହେଉଛନ୍ତି।

Share