ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଓକିଲ କରିମ ଏଏ ଖାନଙ୍କୁ ଭେଟିଛନ୍ତି।

ଉଭୟଙ୍କ ମଧ୍ୟରେ ବାର୍ତ୍ତାଳାପ ମାନବିକତା ବିରୋଧରେ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ବିଚାର ପ୍ରକ୍ରିୟା ଉପରେ କେନ୍ଦ୍ରୀତ ହୋଇଥିଲା।

ସବୁଠାରୁ ବଡ ପ୍ରଶ୍ନ ହେଉଛି ଶେଖ ହାସିନାଙ୍କୁ ବାଂଲାଦେଶକୁ ଭାରତ ପଠାଇ ପାରିବ କି? ଏହାର ସମ୍ଭାବନା ବହୁତ କମ। ତେବେ ୨୦୧୩ରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରତ୍ୟର୍ପଣ ଚୁକ୍ତି ରହିଛି। ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଉଭୟ ଦେଶ ଅପରାଧୀଙ୍କୁ ପରସ୍ପରକୁ ହସ୍ତାନ୍ତର କରିବାକୁ ପଡିବ।
୨୦୧୫ ରେ ବାଂଲାଦେଶ ଅନୁପ ଚେତିଆଙ୍କୁ ଭାରତ ହସ୍ତାନ୍ତର କରିଥିଲା। ଅନୁପ ଚେତିଆ ଆସାମର ବିଚ୍ଛିନ୍ନତାବାଦୀ ସଂଗଠନ ଉଲଫାର ନେତା ଥିଲେ। ୧୯୯୭ରେ ସେ ଢାକା ଜେଲରେ ରହିଥିଲେ।
ଏହି ଚୁକ୍ତିରେ ଦର୍ଶାଯାଇଛି ଯେ ଯଦି କୌଣସି ବ୍ୟକ୍ତି ଅତି କମରେ ଏକ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଯିବ।
ସୂଚନାଯୋଗ୍ୟ ଯେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତିର ଧାରା ୨୧ (୩) ଉଭୟ ଦେଶକୁ ଏହି ଚୁକ୍ତି ଶେଷ କରିବାକୁ ଅନୁମତି ଦେଇଥାଏ। ଏହା ସମ୍ଭବ ଯେ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ମାମଲାରେ ଭାରତ ଏହି ଚୁକ୍ତି ଭଙ୍ଗ କରିପାରେ।

Share