Posted inଖେଳ

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ ୫ ଚୌକା ଓ ୧୦ ଛକା ମାରିଥିଲେ। ୱିଲ ଜ୍ୟାକ୍ସ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।
ୱିଲ ଜ୍ୟାକ୍ସ କ୍ରିସ ଗେଲଙ୍କ ୧୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ଜ୍ୟାକ ୩୧ ବଲରେ ୫୦ ରନ ମାର୍କରେ ପହଞ୍ଚିଥିଲେ, କିନ୍ତୁ ଏହା ପରେ ସେ ମାତ୍ର ୧୦ ବଲରେ ଶତକ ମାର୍କ ଅତିକ୍ରମ କରିଥିଲେ। ଅର୍ଥାତ୍‌ ଅର୍ଦ୍ଧଶତକ ପରେ ୱିଲ ଜ୍ୟାକ୍ସ ମାତ୍ର ୧୦ ବଲରେ ପରବର୍ତ୍ତୀ ୫୦ ରନ ସ୍କୋର କରିଥିଲେ।
ଏହାପୂର୍ବରୁ ଏହି ରେକର୍ଡ କ୍ରିସ ଗେଲଙ୍କ ନାମରେ ଥିଲା। ଆଇପିଏଲ ୨୦୧୩ରେ କ୍ରିସ ଗେଲ ଏହି ସଫଳତା ହାସଲ କରିଥିଲେ, କିନ୍ତୁ ବର୍ତ୍ତମାନ ୱିଲ ଜ୍ୟାକ ‘ୟୁନିଭର୍ସ ବସ’କୁ ପଛରେ ପକାଇଛନ୍ତି।
ବିରାଟ କୋହଲି ୧୪ ବଲରେ ଏହି ସଫଳତା ହାସଲ କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ଆଇପିଏଲ ୨୦୧୬ରେ ନିଜର ଅର୍ଦ୍ଧଶତକ ପୂରଣ କରିବା ପରେ ପରବର୍ତ୍ତୀ ୧୦ ବଲରେ ଶତକ ମାର୍କ ଛୁଇଁଥିଲେ।
ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୱିଲ ଜ୍ୟାକ୍ସଙ୍କର ବିସ୍ଫୋରକ ଇନିଂସ ଯୋଗୁ ଆରସିବି ମାତ୍ର ୧୬ ଓଭରରେ ୨୦୧ ରନ ଲକ୍ଷ୍ୟ ହାସଲ କରିଛି। ଏହି ବିଜୟ ସହିତ, ଫାଫ ଡୁ ପ୍ଲେସିସ୍ଙ୍କ ଦଳ ଏହାର ପ୍ଲେ ଅଫ ଆଶାକୁ ଜୀବନ୍ତ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ...

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ...

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ...

ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri