ଜେଲ୍‌ ଯିବେ କି ଜ୍ୟାକଲିନ୍‌

ମୁମ୍ବାଇ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଶନିବାର ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିସ୍‌ଙ୍କ ମାମଲାର ଶୁଣାଣି କରିବେ। ଗତ ଶୁଣାଣିରେ କୋର୍ଟ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଆଜିର ଶୁଣାଣିରେ ସେ ଜେଲ ଯିବେ କି ନାହିଁ ସ୍ପଷ୍ଟ ହେବ।

ଜ୍ୟାକଲିନଙ୍କ ଅନ୍ତରୀଣ ଜାମିନ ଆବେଦନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦କୋଟି ମନି ଲଣ୍ଡରିଂ ମାମଲାରେ ଏନ୍‌ଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମାମଲାରେ ଶୁଣାଣି ହେବ। ଜ୍ୟାକଲିନଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି, ଆଜି ହେବାକୁ ଥିବା କୋର୍ଟ ପ୍ରକ୍ରିୟାରେ ଜ୍ୟାକଲିନ ଅଂଶଗ୍ରହଣ କରିବେ। ଅଦାଲତ ପୂର୍ବରୁ ଦିଆଯାଇଥିବା ସମନ ପରେ ସେ ଶୁଣାଣିର ଶେଷ ତାରିଖରେ ମଧ୍ୟ କୋର୍ଟରେ ହାଜର ହୋଇଥିଲେ। ପଟିଆଲା ହାଉସ କୋର୍ଟ ସେପ୍ଟେମ୍ବର ୨୬ ରେ ଅଭିନେତ୍ରୀଙ୍କୁ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ୫୦୦୦୦ ଟଙ୍କା ଜାମିନ ବଣ୍ଡରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।

Share