ମଥୁରାରୁ ନିର୍ବାଚନ ଲଢ଼ିବେ କଙ୍ଗନା? ଏମ୍‌ପି ହେମା କହିଲେ-ରାକ୍ଷୀ ସାଓ୍ବନ୍ତ ବି ଜିତିଯିବ…

ନୂଆଦିଲ୍ଲୀ,୨୪।୯: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ କଟାକ୍ଷ କରିଛନ୍ତି ଭେଟେରାନ ଅଭିନେତ୍ରୀ ହେମା ମାଳିନୀ। ମଥୁରା ଲୋକ ସଭା ଆସନରୁ କଙ୍ଗନା ଲଢ଼ିବା ପ୍ରସଙ୍ଗରେ ପଚରାଯିବାରେ ସେ କହିଛନ୍ତି ଯେ, ବହୁତ ଭଲ କଥା। ମୋ ବିଚାର କିନ୍ତୁ ଭଗବାନଙ୍କ ଉପରେ ନିର୍ଭର କରେ। କ’ଣ ଏଠାରେ ଖାଲି ଫିଲ୍ମ ଷ୍ଟାର ହିଁ ଲଢ଼ିବେ। ରାକ୍ଷୀ ସାଓ୍ବନ୍ତଙ୍କୁ ବି ପଠାଇ ଦେବେ। ସେ ବି ଏଠାରେ ଜିତିଯାଇପାରନ୍ତି। ଏବେ ହେମାଙ୍କ ଏହି ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।

ମଥୁରା ଲୋକ ସଭା ଆସନରୁ ଭାଜପା ଟିକେଟରୁ ଦୁଇଥର ନିର୍ବାଚନ ଜିତିଛନ୍ତି ହେମା। ପ୍ରଥମେ ସେ ୨୦୧୪ରେ ନିର୍ବାଚନ ଲଢ଼ି ଜିତିଥିବା ବେଳେ ପରେ ୨୦୧୯ରେ ମଧ୍ୟ ବିଜେତା ହୋଇଥିଲେ। ଆଗାମୀ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସମସ୍ତ ରାଜନୈତିକ ଦଳ। ଏମିତିରେ ଭାଜପା ନେତାମାନେ ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି। ଅପରପକ୍ଷେ ଶାସକ ଦଳକୁ ଟକ୍କର ଦେବାକୁ ଯାଇ ବିରୋଧୀ ମହାଗଠବନ୍ଧନର ଯୋଜନା କରୁଛନ୍ତି। ଏହି କ୍ରମରେ ଉତ୍ତରପ୍ରଦେଶ ଭାଜପା ମଧ୍ୟ ପଛରେ ନାହିଁ। ଦଳୀୟ ଏମ୍‌ପି ହୋଇଥିବାରୁ ହେମା ବିଭିନ୍ନ ସହର ଗସ୍ତ କରୁଛନ୍ତି। ସେ ଏବେ ମଥୁରା ପହଞ୍ଚିଥିବା ବେଳେ କଙ୍ଗନାଙ୍କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା।

Share