Categories: ଜାତୀୟ

କର୍ଫ୍ୟୁ ଚେକିଂବେଳେ ପୋଲିସ କର୍ମୀଙ୍କ ସହ ଅଭଦ୍ରାମି କଲେ ଦମ୍ପତି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ସପ୍ତାହନ୍ତା ଲକ୍‌ଡାଉନ କୋଭିଡ୍‌ ନିୟମ ନ ମାନିବା ପାଇଁ ଏକ ଦମ୍ପତି ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, କାର ଭିତରେ ମାସ୍କ ପିନ୍ଧି ନ ଥିବାରୁ ଦମ୍ପତିଙ୍କୁ ଅଟକାଇଥିଲେ ପୋଲିସ କର୍ମୀ। ସେମାନଙ୍କ ପାଖରେ ବାଧ୍ୟତାମୂଳକ କର୍ଫ୍ୟୁ ପାସ ମଧ୍ୟ ନ ଥିଲା। ମହିଳା ଜଣଙ୍କ ଚିଲେଇକି କହୁଥିଲେ, ମୁଁ ମୋ ସ୍ବାମୀଙ୍କୁ କିସ କରିବି। ତୁମେ ମୋତେ ରୋକି ପାରିବ କି ।

ଏହି ଘଟଣା ଦିଲ୍ଲୀର ଦରିୟାଗଞ୍ଜରେ ରବିବାର ଅପରାହ୍ନ ୪ଟାରେ ଘଟିଛି। ଉକ୍ତ ଦମ୍ପତିକୁ ବୁଝାଇବା ପାଇଁ ପୋଲିସ କର୍ମୀ ନିକଟରେ ଦିଲ୍ଲୀ ହାଇକୋର୍ଟ ଶୁଣାଇଥିବା ରାୟ ସମ୍ପର୍କରେ ଅବଗତ କରାଇଥିଲେ। କାରରେ ଜଣେ ଥିଲାବେଳେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। ଯୁକ୍ତିତର୍କ ପରେ ଘଟଣା ସ୍ଥଳରେ ମହିଳା ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଥାନାକୁ ନେଇଥିଲେ।

ଦିଲ୍ଲୀରେ ସପ୍ତାହନ୍ତା ଲକ୍‌ଡାଉନ ହେବା ପରେ କେବଳ ରବିବାର ୫୬୯ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିବାବେଳେ ୨,୩୬୯ ଜଣଙ୍କ ନାଁରେ ଚାଲାଣ କଟାଯାଇଛି। ପୋଲିସ ୩୨୩ ଜଣଙ୍କୁ ଗିରଫ କରିଛି।

Share