Categories: ଜାତୀୟ

ନୀତୀଶଙ୍କ ନେତୃତ୍ୱରେ ବିହାରକୁ ଆଗେଇ ନେବୁ, କହିଲେ ତେଜସ୍ବୀ…

ପାଟନା, ୧୦।୮ : ବିହାରର ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡ଼ି ନେତା ତେଜସ୍ବୀ ଯାଦବ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଆମେ ବିହାରକୁ ଆଗେଇ ନେବୁ।

ଆମେ ଶୀଘ୍ର ଯୁବକମାନଙ୍କ ପାଇଁ ରୋଜଗାର ଉପରେ କିଛି କରିବା ଲାଗି ପଦକ୍ଷେପ ନେବୁ। ଧାରଣାରେ ବସିଥିବା ଭାଜପା ବିଷୟରେ ତେଜସ୍ବୀ ଯାଦବ କହିଛନ୍ତି ଯେ ତାଙ୍କ ବିଷୟରେ ଆମେ କ’ଣ କହିବୁ। ସେମାନଙ୍କୁ ବସିବାକୁ ଦିଅ। ବିହାରକୁ ବିଶେଷ ରାଜ୍ୟର ମାନ୍ୟତା ଦିଆଯାଇ ନାହିଁ।

ସେମାନଙ୍କର ନିଜସ୍ବ ସରକାର ଅଛନ୍ତି। ସେମାନେ ଦିଲ୍ଲୀରେ ଧାରଣା ଦିଅନ୍ତୁ ଏବଂ ବିହାରକୁ ଉପଯୁକ୍ତ ଅଧିକାର ପ୍ରଦାନ କରନ୍ତୁ ବୋଲି ତେଜସ୍ବୀ କହିଛନ୍ତି।

Share