Categories: ଜାତୀୟ

ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେଲେ ଛାଡିଦେବି ରାଜନୀତି: ଅଜିତ ପାଓ୍ବାର…

ମୁମ୍ବାଇ,୬।୬ : ମହାରାଷ୍ଟ୍ରରେ ଏବେ ରାଜନୀନୈତିକ ଆରୋପପ୍ରତ୍ୟାରୋପ ଜାରି ରହିଛି। ଶିବସେନାର ଲୋକସଭା ଏମପି କୃପାଲ ତୁମାନେ ମଙ୍ଗଳବାର ଏନସିପି ନେତା ଅଜିତ ପାୱାରଙ୍କୁ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି। ଏହା ପରେ ବିରୋଧୀ ଦଳର ନେତା ଅଜିତ ପାୱାର ଦୃଢ଼  ଭାବରେ ଏହାର ଜବାବ ଦେଇ କହିଛନ୍ତି ଅଭିଯୋଗ ପ୍ରମାଣିତ ହେଲେ ସେ ରାଜନୀତି ଛାଡିଦେବେ।

ଗତ ସପ୍ତାହରେ ନାଗପୁରରେ ଅନୁଷ୍ଠିତ ଏକ ଏନସିପି ବୈଠକରେ ଅଜିତ ପାୱାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଶିବସେନାଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ ଏବଂ ତାଙ୍କୁ ଟଙ୍କା ବଳରେ ସରକାର ଗଠନ କରିଥିବା ଅଭିଯୋଗ କରିଥିଲେ। ଭୋଟରମାନେ ଏସବୁ ଭୁଲିଯିବା ଉଚିତ ନୁହେଁ ଏବଂ ଆଗାମୀ ନିର୍ବାଚନରେ ଦେଶଦ୍ରୋହୀମାନଙ୍କୁ ଏକ ଶିକ୍ଷା ଦେବାକୁ କହିଥିଲେ।

ଏହା ପରେ ଏମପି ତୁମାନେ ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ କହିଥିଲେ ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିବାବେଳେ ପାୱାର ପ୍ରଥମେ କେତେ ଟଙ୍କା ସଂଗ୍ରହ କରିଥିଲେ ତାହା କହିବା ଉଚିତ। ପୱାର ଟଙ୍କା ନ ନେଇ କୌଣସି କାମ କରି ନାହାନ୍ତି।

ପୁଣେରେ ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ଏନସିପି ଅଜିତ ପାଓ୍ବାର ତାଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ପ୍ରମାଣ କରିବାକୁ କହିଛନ୍ତି। ଏପରି ନ ହେଲୋ ଆସନ୍ତାକାଲିଠାରୁ ବୁଧବାରଠାରୁ ଘରେ ବସିବା ପାଇଁ ଲୋକସଭା ସଦସ୍ୟ ତୁମାନେଙ୍କୁ ପାଓ୍ବାର ଚ୍ୟାଲେଞ୍ଜ କରିଛନ୍ତି।

Share