Categories: ଜାତୀୟ

ସରକାରଙ୍କୁ କୃଷକ ନେତାଙ୍କ ଚେତାବନୀ

ଚଣ୍ଡିଗଡ,୧।୧୧: ମିଳିତ କୃଷକ ମୋର୍ଚ୍ଚାର ସଦସ୍ୟ ତଥା ଭାରତୀୟ କୃଷକ ସଂଘର ପ୍ରଦେଶ ଅଧ୍ୟକ୍ଷ ଗୁରନାମ ସିଂ ଚଢୁନି ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଯଦି କୃଷକଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କରାଯାଏ ତେବେ ପ୍ରଧାନମନ୍ତ୍ରୀଙ୍କୁ ଘର ଆଗରେ ଏଥର ଦୀପାବଳି ପାଳନ କରିବୁ ବୋଲି ସେ ଧମକ ଦେଇଛନ୍ତି। ଏକ ସାକ୍ଷାତକାରରେ ଗୁରନାମ କହିଛନ୍ତି, ସରକାର ଆମକୁ ଜୋରଜବରଦସ୍ତ ହଟାଇବାକୁ ଚାହୁଁଛନ୍ତି, କିନ୍ତୁ ଆମେ ଏହା ହେବାକୁ ଦେବୁ ନାହିଁ। ଆମେ ସମସ୍ତେ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛୁ ବୋଲି ସେ କହିଛନ୍ତି।
ଏହାପୂର୍ବରୁ ୟୁପି ଗେଟରେ କୃଷକ ଆନ୍ଦୋଳନ ନିକଟରୁ ସିମେଣ୍ଟ ଏବଂ ଲୁହା ବ୍ୟାରିକେଡ ଏ ହଟାଇବା ପରେ କୃଷକ ନେତା ରାକେଶ ଟିକାଏଟ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ରବିବାର ସେ ଟୁଇଟ୍‌ କରି କହିଛନ୍ତି ଯେ ଯଦି ଚାଷୀଙ୍କୁ ସୀମାରୁ ଜବରଦଖଲ ହଟାଇବାକୁ ଚେଷ୍ଟା କରାଯାଏ, ତେବେ ସାରା ଦେଶରେ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଦେବୁ।

Share