ପାଟନା,୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟ ସଭାକୁ ଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏଭଳି ଖବର ପଢି ଆଶ୍ଚର୍ଯ୍ୟ। ଏମିତି ମିଥ୍ୟା ଖବର କିଏ ଭାଇରାଲ କରୁଛି ତାହା ଜଣାନାହିଁ। କିନ୍ତୁ ଗଣମାଧ୍ୟମରେ ଯାହା ପ୍ରକାଶିତ ହୋଇ, ମୁଁ ଏହାକୁ ପଢିବା ପରେ ଆଶ୍ଚର୍ଯ୍ୟ। ଅର୍ଥାତ୍ ନୀତିଶ ରାଜ୍ୟ ସଭାକୁ ଯିବା କଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ, ଅତୀତରେ ନୀତିଶ କୁମାର ତାଙ୍କର ଦୀର୍ଘ ରାଜନୈତିକ କ୍ୟାରିୟରରେ ଥରେ ମଧ୍ୟ ରାଜ୍ୟ ସଭାକୁ ନ ଯିବା ବିଷୟରେ ଉଲ୍ଲେଖ କରିଥିଲେ। ଏହି ବିଷୟରେ କଳ୍ପନାଜଳ୍ପନା ଚାଲିଥିଲା ଯେ ସେ ବିହାର ରାଜନୀତି ଛାଡି ଏବେ ରାଜ୍ୟ ସଭାକୁ ଯିବେ।