Categories: ଜାତୀୟ

‘ଆମେରିକା ନିର୍ବାଚନ ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବନି’

ନୂଆଦିଲ୍ଲୀ,୪।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ସଚିବ ହର୍ଷ ଶ୍ରୀଙ୍ଗ୍‌ଲା ବୁଧବାର କହିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ ସ୍ପଷ୍ଟ କରିସାରିଛନ୍ତି ଯେ, ଭାରତ- ଆମେରିକାର କୂଟନୈତିକ ସମ୍ପର୍କ ପୂର୍ବଭଳି ଅତୁଟ ରହିବ। ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ୍‌ ଉଭୟଙ୍କ କ୍ଷେତ୍ରରେ ଏହା ସାଧାରଣ ବୋଲି ଏକ ସାକ୍ଷାତକାରରେ ଶ୍ରୀଙ୍ଗ୍‌ଲା ପ୍ରକାଶ କରିଛନ୍ତି। ଦୁଇଦେଶର ସମ୍ପର୍କ ଓ ସହଯୋଗ ନେଇ ସମସ୍ତେ ହୃଦ୍‌ବୋଧ କରିଥାନ୍ତି। ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ବହୁମୁଖୀ ସମ୍ପର୍କ ନେଇ ଦୁଇଦେଶର ଆଭିମୁଖ୍ୟ ସମାନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ସ୍ବତନ୍ତ୍ର। ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ୍‌ ଓବାମାଙ୍କ ସହ ମଧ୍ୟ ମୋଦିଙ୍କ ସୁସମ୍ପର୍କ ରହିଥିଲା ବୋଲି ସେ ମତ ଦେଇଛନ୍ତି।

Share