Categories: ଜାତୀୟ

କେରଳରେ ଲାଗୁ ହେବ ନାହିଁ ସିଏଏ

ନୂଆଦିଲ୍ଲୀ,୧୪ ।୨: କେରଳରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁ କରିବା କଥା କହିଛନ୍ତି ଅନ୍ୟପଟେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହାକୁ ରାଜ୍ୟରେ ଲାଗୁ ନ କରିବା ଲାଗି ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ସେ କହିଛନ୍ତି କେରଳରେ ସିଏଏ ଲାଗୁ ହେବନାହିଁ । ଯେତେବେଳେ ଅମିତ ଶାହା ସିଏଏ ଲାଗୁ କରିବା କଥା ଉଠାଇଛନ୍ତି ତା’ର ଠିକ୍ ଗୋଟିଏ ଦିନ ପରେ ବିଜୟନଙ୍କ ଏହି ବୟାନ ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ, କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ ଲେପ୍ଟ ଡେମୋକ୍ରାଟିକ ଫ୍ରଣ୍ଟର କସରଗୋଡରେ ଯାତ୍ରା ବାହାରୁଥିବା ବେଳେ ସିପିଆଇଏମ୍‌ର ରାଜ୍ୟ ସଚିବ ବିଜୟରାଘବନ ସେଠାରେ ଉପସ୍ଥିତ ଥିଲେ । ଏହି ଯାତ୍ରାକୁ ଗ୍ରୀନ୍ ସିଗନାଲ ଦେବାକୁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ବିଜୟନ ସେହିଠାରେ ହିଁ କହିଛନ୍ତି ରାଜ୍ୟରେ ସିଏଏ ଲାଗୁ କରାଯିବ ନାହିଁ । କାରଣ ରାଜ୍ୟ ସରକାରଙ୍କ ମତ ସ୍ପଷ୍ଟ ତେଣୁ ସେ ସିଏଏ ଲାଗୁ କରିବା ସପକ୍ଷରେ ନୁହେଁ ।

Share