Categories: ଖେଳ

ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବ କି ଭାରତ: ରାଜ୍‌ ଖୋଳିଲା ବିସିସିଆଇ

ନୂଆଦିଲ୍ଲୀ,୩।୯: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟର ତାରିଖ ସ୍ଥିର ହୋଇଥିଲେ ମଧ୍ୟ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ବିସିସିଆଇର ସଚିବ ଦାୟିତ୍ୱ ତୁଲାଇଥିବା ଜୟ ଶାହା ଆଇସିସିର ଅଧ୍ୟକ୍ଷ ହୋଇଛନ୍ତି। ଚାମ୍ପିଅନ୍ସ ଟ୍ରଫି ସମସ୍ୟାର ସମାଧାନ କରିବା ସେମାନଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ।
ଡିସେମ୍ବର ୧ରୁ ଜୟ ଶାହା ଆଇସିସିଏସ ଚେୟାରମ୍ୟାନ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଜୟ ଶାହା ଆଇସିସି ଚେୟାରମ୍ୟାନ ହେବା ପରେ ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତେବେ ସେପଟେ ବିସିସିଆଇ ଅଧିକାରୀ ଏହା ତାଙ୍କ ହାତରେ ନାହିଁ ବୋଲି ପ୍ରକାଶ କରିଛନ୍ତି। ସରକାର ଏହି ବିଷୟରେ ନିଷ୍ପତ୍ତି ନେବେ। ଅଧିକାରୀ ଏହା ମଧ୍ୟ କହିଛନ୍ତି, ଜୟ ଶାହାଙ୍କ ପାଇଁ ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ହେବ।

ବିସିସିଆଇ ଅଧିକାରୀ ସୂଚନା ଦେଇ କହିଛନ୍ତି, ଚାମ୍ପିଅନ୍ସ ଟ୍ରଫି ସମ୍ପର୍କରେ କୌଣସି ଆଲୋଚନା ହୋଇନାହିଁ। ଆମର ଷ୍ଟାଣ୍ଡ ସ୍ପଷ୍ଟ ହୋଇଛି। ସରକାର ଯାହା କହିବେ ଆମେ ତାହା କରିବୁ। ମୁଁ ବୁଝିପାରୁଛି ଯେ ଜୟ ଶାହାଙ୍କ ପାଇଁ ଏହା ଏକ କଷ୍ଟସାଧ୍ୟ କାର୍ଯ୍ୟ ହେବ। କାରଣ ସେ ଆଇସିସିର ମୁଖ୍ୟ ହେବେ କିନ୍ତୁ ସେ ସବୁକିଛି ବୁଝନ୍ତି ଏବଂ ଆମେ ଆଶା କରୁଛୁ ଯେ ଆଇସିସି ମୁଖ୍ୟ ଭାବରେ ତାଙ୍କୁ ତାଙ୍କ ପିତା ଏବଂ ସରକାରଙ୍କ ଆଭିମୁଖ୍ୟ ବଦଳାଇବାକୁ ପଡ଼ିବ।
ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, ଆଇସିସି ପାଇଁ ଭାରତ ବିନା ଟୁର୍ନାମେଣ୍ଟ ଆୟୋଜନ କରିବା କଷ୍ଟକର ହେବ। ଆମେ ଚାହୁଁ ଇଭେଣ୍ଟ ଜାରି ରଖନ୍ତୁ। ଏହା କ୍ରିକେଟ ପାଇଁ ଭଲ, କିନ୍ତୁ ଆଭିମୁଖ୍ୟ ସ୍ପଷ୍ଟ। ଆମେ ଆଇସିସିକୁ ଭାରତ ଅନୁମତି ଦେବାକୁ କହି ସାରିଛୁ। ପାକିସ୍ତାନ ସହିତ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଆମେ ମ୍ୟାଚଗୁଡ଼ିକୁ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରିବାକୁ ବିଚାର କରିବାକୁ କହିଛୁ, ଯଦି ଆମେ ଭାରତ ସରକାରଙ୍କ ଠାରୁ ସବୁଜ ସଙ୍କେତ ନ ପାଇଥାଉ, ତେବେ ଆମେ ଏହା ଜାରି ରଖିବୁ।

 

Share