ଓଡ଼ିଶା ଛାଡିଦେବେ ପାଣ୍ଡିଆନ? ବିଦେଶରୁ ଆସିଛି ଅଫର୍‌!

ଭୁବନେଶ୍ୱର,୨୧।୩: ରାଜନୀତିରୁ ସନ୍ୟାସ ନେବା ପରେ ଏବେ ଭିକେ ପାଣ୍ଡିଆନଙ୍କୁ ନେଇ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେ କୁଆଡେ ସବୁଦିନ ପାଇଁ ଓଡ଼ିଶା ଛାଡିଦେବେ। ବିଦେଶରୁ ଆସିଛି ଅଫର, ଚାକିରି ପାଇଁ ପାଣ୍ଡିଆନ ପଳାଇବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଏବେ ଖବର ସାମ୍ନାକୁ ଆସିଛି। ଏମତିକି ଶେଷଥର ପାଇଁ ବିଜେଡିର ବରିଷ୍ଠ ନେତାଙ୍କ ସହ କୁଆଡେ ନିଜର ମନକଥା ବାଣ୍ଟୁଛନ୍ତି ପାଣ୍ଡିଆନ। ଏହା କେତେ ଦୂର ସତ ତାହା ଜଣାପଡି ନ ଥିଲେ ବି ପାଣ୍ଡିଆନଙ୍କୁ ନେଇ ଏମିତି ଏକ ଚର୍ଚ୍ଚା ଏବେ ଓଡ଼ିଶା ରାଜନୀତିରେ ଚହଳ ପକେଇଛି। ତେବେ ପାଣ୍ଡିଆନ ଯଦି ସତରେ ଓଡ଼ିଶା ଛାଡୁଛନ୍ତି ଏହା ପଛର କାରଣ କ’ଣ ହୋଇପାରେ? ଦଳ ଭିତରେ ବିରୋଧ ନା ବଡ଼ ଚାକିରିର ଅଫର୍‌? ସେ ଯାହା ବି ହେଉ ପାଣ୍ଡିଆନଙ୍କୁ ନେଇ ଏମିତି ଖବର କାହିଁକି ସାମ୍ନାକୁ ଆସିଛି ଆଉ କିଏ ଏ ଖବରକୁ ଅଧିକ ରଙ୍ଗ ଦେଉଛି ଆସନ୍ତୁ ଜାଣିବା…

Pandian leaving Naveen Niwas: ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ଭିକେ ପାଣ୍ଡିଆନ ଏବେ ପୁଣି ଚର୍ଚ୍ଚାରେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ପାଣ୍ଡିଆନ ଖୁବଶୀଘ୍ର ନବୀନ ନିବାସ ଛାଡିବାକୁ ଯାଉଛନ୍ତି! ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚହଳ ପଡିଛି।

Pandian leaving Odisha: ଖୁବଶୀଘ୍ର ନବୀନ ନିବାସ ଛାଡିବେ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଚେହେରା ପାଣ୍ଡିଆନ! କୁହାଯାଉଛି ଯେ ପାଣ୍ଡିଆନଙ୍କୁ ଏକ ଅନ୍ତର୍ଜାତୀୟ ସଂସ୍ଥାରୁ ଅଫର୍‌ ମିଳିଛି। ଓଡ଼ିଶା କ୍ୟାଡରର ଆଇଏଏସ ଅଧିକାରୀ ପାଣ୍ଡିଆନ ୨୦୧୧ ମସିହାରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ ସିଏମଓରେ ଯୋଗ ଦେଇଥିଲେ। ୨୦୧୪ ଏବଂ ୨୦୧୯ରେ ରାଜ୍ୟରେ ବିଜେଡିର ର୍ନିବିବାଦ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବଜାୟ ରଖିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହା ପରେ, ସେ IAS ରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ ଏବଂ ୨୦୨୪ ନିର୍ବାଚନରେ ଦଳର ନେତୃତ୍ୱ ନେଇଥିଲେ। କିନ୍ତୁ ସେହି ନିର୍ବାଚନରେ ୨୪ବର୍ଷର ଶାସନାଧୀନ ଦଳ ଭାଜପା ଠାରୁ ପରାଜିତ ହୋଇ ଗାଦିଚ୍ୟୁତ ହୋଇଥିଲା।

ପରାଜୟ ପରେ, ପାଣ୍ଡିଆନ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ। ସେ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ଯଦି ବିଜେଡି ନିର୍ବାଚନରେ ହାରିଯାଏ, ତେବେ ସେ ରାଜନୀତି ଛାଡିଦେବେ। ଜୁନ ୨୦୨୪ରେ ଦଳର ପରାଜୟ ପରଠାରୁ ସେ କେବେବି ବିଜେଡି ରାଜ୍ୟ ମୁଖ୍ୟାଳୟ ଶଙ୍ଖ ଭବନ ପରିଦର୍ଶନ କରିନାହାଁନ୍ତି। କିନ୍ତୁ ସେ ନବୀନ ନିବାସରେ ଉପସ୍ଥିତ ରହିବା ଏବଂ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ବିଜେଡି ଦଳର କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଚର୍ଚ୍ଚା ହେଉଥିଲା।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦିନ ଧରି, ପାଣ୍ଡିଆନ ଦଳୀୟ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟି ତାଙ୍କ ମନକଥା ପ୍ରକାଶ କରୁଛନ୍ତି। ପାଣ୍ଡିଆନ ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେ ବିଜେଡି ରାଜନୀତିରେ ଯୋଗଦେବେ ନାହ। ତଥାପି, ସେ ତାଙ୍କର ଈଶ୍ୱର ତୁଲ୍ୟ ମାଲିକ ନବୀନ ପଟ୍ଟନାୟକଙ୍କୁ ଅଣଦେଖା କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମିତିସଭ୍ୟ ଉପନିର୍ବାଚନ: ଭାଜପା ସମର୍ଥିତ ଶ୍ୟାମସୁନ୍ଦର ବିଜୟୀ

ବେଲଗୁଣ୍ଠା,୨୪ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ବୁଧବାର ଉପନିର୍ବାଚନ ହୋଇଥିଲା। ଗୁରୁବାର ଭୋଟ୍‌ ଗଣତି କରାଯାଇ...

ଜାଲ ସାର୍ଟିଫିକେଟ୍‌ ମାମଲା: ପୁଣି ଖୋଳତାଡ଼ ଆରମ୍ଭ କଲା ସିବିଆଇ

ବଲାଙ୍ଗୀର,୨୪ା୪(ବୀରେନ୍ଦ୍ର କୁମାର ଝାଙ୍କର)-୨୦୨୩ ମସିହାର ଚର୍ଚ୍ଚିତ ଜାଲ ସାର୍ଟିଫିକେଟ୍‌ ମାମଲାର ପୁନଃ ଖୋଲତାଡ ଆରମ୍ଭ କରିଛି ସିବିଆଇ ଟିମ୍‌। ସିବିଆଇର ଏକ ଟିମ୍‌ ବଲାଙ୍ଗୀରରେ ପହଞ୍ଚି...

ପଞ୍ଚାୟତିରାଜ ଅନୁଷ୍ଠାନ ସଶକ୍ତ ହେଲେ ବିକଶିତ ଓଡ଼ିଶା ସମ୍ଭବ

ବରଗଡ,୨୫।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବରଗଡ଼ ଗୋରୁ ମାର୍କେଟ ପରିସରରେ ଅନୁଷ୍ଠିତ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ...

Pahalgam Terror Attack: ସରକାର ମାନିଲେ ସୁରକ୍ଷାରେ ହୋଇଛି ତ୍ରୁଟି, ରିଜିଜୁ କହିଲେ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ...

ଆରମ୍ଭ ହେଲା କବାଡ଼ି ପ୍ରମିୟର ଲିଗ୍‌: ସାମିଲ ହେଲେ ୧୨ ଦଳ

ସମ୍ବଲପୁର,୨୪ା୪(ବି.ଶଙ୍କର): ସମ୍ବଲପୁର କବାଡ଼ି କ୍ଲବ ଓ ସମ୍ବଲପୁର ବଏଜ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ସମ୍ବଲପୁର କବାଡ଼ି ପ୍ରିମିୟର ଲିଗ(ଏସ୍‌କେପିଏଲ) ଗୁରୁବାର ରାତିରେ ଗଙ୍ଗାଧର ମୁକ୍ତ...

ପହଲଗାମ ମୃତକଙ୍କୁ ନାଗରିକ ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦିଗପହଣ୍ଡି,୨୫।୪(ଅଶେଷ ନାଥ ମିଶ୍ର): ଜମ୍ମୁ-କଶ୍ମୀରର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ମୃତ୍ୟୁବରଣ ହୋଇଛନ୍ତି। ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ...

ଆକ୍ରମଣ ପାଇଁ ପ୍ରସ୍ତୁତ ହେଲଣି ଭାରତୀୟ ବାୟୁସେନା? ଆକାଶରେ ଗର୍ଜିଲା ସୁଖୋଇ Su-30, ରାଫେଲ

ନୂଆଦିଲ୍ଲୀ,୨୪।୪: ପାକିସ୍ତାନ ପ୍ରାୟୋଜିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ପ୍ରତିକ୍ରିୟା କଠୋର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ଭାରତୀୟ ବାୟୁସେନା ‘Aakraman’ ଅଭ୍ୟାସ ଆରମ୍ଭ...

ଛାତ୍ରୀଛାତ୍ର ପାଳିଲେ ଧରିତ୍ରୀ ଦିବସ: ପ୍ଲାଷ୍ଟିକମୁକ୍ତ ପରିବେଶକୁ ଗୁରୁତ୍ବ

ବରଗଡ଼,୨୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଚିଦାରେ ବୁଧବାର ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image