Categories: ଖେଳ

ରିଷଭ ପନ୍ଥକୁ ନେଇ ଆସିଲା ବଡ଼ ଖବର, ଓ୍ବାଲର୍‌ଡ କପ୍‌ ପୂର୍ବରୁ କରିବେ କମବ୍ୟାକ୍!

ନୂଆଦିଲ୍ଲୀ,୨୬।୫: ମଇଦାନକୁ ପୁଣି ଫେରୁଛନ୍ତି ଷ୍ଟାର୍‌ ଖେଳାଳି ରିଷଭ ପନ୍ଥ। ଏନେଇ ସୂଚନା ଦେଇଛନ୍ତି ଏସ୍‌.ଶ୍ରୀସନ୍ଥ। ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓ୍ବିକେଟକିପର୍‌ ପନ୍ଥ ପୂର୍ବ ବର୍ଷ ଡିସେମ୍ବରରେ ଏକ କାର୍‌ ଦୂର୍ଘଟଣାର ଶିକାର ହୋଇ ଦୀର୍ଘ ଦିନ ଧରି ପଡିଆରୁ ଦୂରେଇ ରହିଛନ୍ତି। ତାଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ଯୋଗୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ଟେଷ୍ଟ ସିରିଜ୍‌ ଏବଂ ଆଇପିଏଲ୍‌ ୨୦୨୩ ଖେଳି ପାରି ନାହାନ୍ତି। ତେବେ ଜୁନ୍‌ରେ ଲଣ୍ଡନରେ ହେବାକୁ ଥିବା ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନ ଟେଷ୍ଟରେ ମଧ୍ୟ ସେ ଖେଳିପାରିବେ ନାହିଁ ବୋଲି ଆଶଙ୍କା କରାଯାଇଥିଲା।

ତେବେ ନିକଟରେ ରିଷଭ ପନ୍ଥଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁ ଫଟୋରେ ଏୟାରପୋର୍ଟରେ ପନ୍ଥଙ୍କୁ ବିନା ବାଡି କିମ୍ବା କୌଣସି ସାହାରାରେ ଚାଲୁଥିବା ଦେଖିବାକୁ ମିଳିଥିଲା। ଏହି ଫଟୋକୁ ଦେଖି କ୍ରିକେଟ୍‌ ପ୍ରେମୀ ତଥା ପନ୍ଥଙ୍କ ପ୍ରଶଂସକ ତାଙ୍କୁ ଆଗାମୀ ଦିନରେ ମଇଦାନରେ ଦେଖିବାକୁ ଆଶା ରଖିଛନ୍ତି।
ଏହାରି ଭିତରେ ଟିମ ଇଣ୍ଡିଆର ପୂର୍ବତ୍ତନ ବୋଲର୍‌ ଏସ୍‌.ଶ୍ରୀସନ୍ଥ ଷ୍ଟାର୍‌ ସ୍ପୋର୍ଟସକୁ ସାକ୍ଷାତ ଦେଇଛନ୍ତି। ସେ କହିଛନ୍ତି, ପନ୍ଥ ଖୁବ୍ ଶୀଘ୍ର ମଇଦାନକୁ ଫେରୁଛନ୍ତି। ନିକଟରେ ତାଙ୍କ ସହ ମୋର ସାକ୍ଷାତ ହୋଇଛି। ଆଶା କରାଯାଉଛି କି, ସେ ଆଉ ୬ରୁ ୮ମାସ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇବେ।

Share