ସୁରକ୍ଷା ପାଇଁ ଲୋକଙ୍କୁ ଚନ୍ଦ୍ରଙ୍କୁ ପଠାଯିବ କି? ଆମେରିକା ଇସ୍ରାଏଲକୁ ବନ୍ଦ କରୁ ଅସ୍ତ୍ର ଯୋଗାଣ: ଅସନ୍ତୋଷ ବ୍ୟକ୍ତ କଲା ଇୟୁ…

ଓ୍ବାଶିଂଟନ,୧୩।୨ : ରାଫା ସହର ଉପରେ ଆକ୍ରମଣ ପରେ ସାରା ବିଶ୍ୱରୁ ଇସ୍ରାଏଲ ଉପରେ ଚାପ ପଡ଼ିବା ଆରମ୍ଭ କରିଛି। ୟୁଏଇର ବୈଦେଶିକ ନୀତି ମୁଖ୍ୟ ଜୋଶେପ ବୋରେଲ ଇସ୍ରାଏଲର ସହଯୋଗୀ ବିଶେଷ କରି ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ଦାବି କରିଛନ୍ତି। ବୋରେଲ କହିଛନ୍ତି ଗାଜାରେ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଚରମ ସୀମାରେ ପହଞ୍ଚିଛି। ବାଇଡେନଙ୍କ ବିବୃତ୍ତିକୁ ଦର୍ଶାଇ ବୋରେଲ କହିଛନ୍ତି ଯଦି ଆପଣ ଭାବୁଛନ୍ତି ଯେ ଲୋକଙ୍କୁ ହତ୍ୟା କରାଯାଉଛି ତେବେ ଆପଣ ଅଳ୍ପ ପରିମାଣରେ ଅସ୍ତ୍ରଶସ୍ତ୍ର ଦେବା ଉଚିତ ଯାହା ଦ୍ୱାରା ଲୋକ ମୃତ୍ୟୁରୁ ରକ୍ଷା ପାଇପାରିବେ।

ବ୍ରୁସେଲ୍ସରେ ଗଣମାଧ୍ୟମକୁ ସୂଚନା ଦେଇ ବୋରେଲ କହିଛନ୍ତି ଯୁଦ୍ଧ ପାଇଁ ଚିନ୍ତା ପ୍ରକଟ କରିବା ଏବଂ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିବା ଯୁକ୍ତିଯୁକ୍ତ ନୁହେଁ। ବୋରେଲ କହିଛନ୍ତି ’ପ୍ରମୁଖ ଦେଶର ନେତା ତଥା ବୈଦେଶିକ ମନ୍ତ୍ରୀମାନେ କେତେଥର ଲୋକଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଯଦି ଅନ୍ତର୍ଜାତୀୟ ସମ୍ପ୍ରଦାୟ ଅନୁଭବ କରେ ନରସଂହାର ଘଟୁଛି ଏବଂ ବହୁ ସଂଖ୍ୟକ ଲୋକଙ୍କର ମୃତ୍ୟୁ ହେଉଛି ତେବେ ବୋଧହୁଏ ଆମକୁ ଅସ୍ତ୍ରଶସ୍ତ୍ର ବିଷୟରେ ଚିନ୍ତା କରିବା ଆବଶ୍ୟକ।

ଇସ୍ରାଏଲ ଗାଜାର ରାଫାଠାରେ ଆକ୍ରମଣ ଆରମ୍ଭ କରିଛି। ଗାଜା ଉପରେ ଆକ୍ରମଣ ପରେ ବହୁ ସଂଖ୍ୟକ ଲୋକ ରାଫାରେ ପହଞ୍ଚି ସେଠାରେ ଆଶ୍ରୟ ନେଇଥିଲେ। ବର୍ତ୍ତମାନ, ରାଫାରେ ଇସ୍ରାଏଲର ଆକ୍ରମଣ ପରେ ଶରଣାର୍ଥୀଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ବୋରେଲ ପ୍ରଶ୍ନ କରିଛନ୍ତି ବର୍ତ୍ତମାନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାବିନ ନେତ୍ୟାନାହୁ ମଧ୍ୟ ରାଫାକୁ ସ୍ଥାନାନ୍ତର କରିବେ କି? ସେମାନେ ବର୍ତ୍ତମାନ ଲୋକଙ୍କୁ କେଉଁଠାକୁ ପଠାଇବେ? ଚନ୍ଦ୍ରକୁ?

 

 

Share