Categories: ଜାତୀୟ

୨୦୨୪ ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ହେବେ କି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ଏପରି କହିଲେ…

ନୂଆଦିଲ୍ଲୀ,୧୭।୫:ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଏଥର ବିରୋଧୀ ଏକଜୁଟ ହୋଇ ଭାଜପାକୁ ପରାସ୍ତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ସମୟରେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିର୍ବାଚନ ଲଢିବା ନେଇ ବୟାନ ଦେଇଛନ୍ତି।

ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ, ଯଦି ୨୦୨୪ ନିର୍ବାଚନ ପାଇଁ ସବୁ ବିରୋଧୀଙ୍କ ପକ୍ଷରୁ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ କିମ୍ବା ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ଚୟନ କରନ୍ତୁ। ନଚେତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହରାଇବା କଷ୍ଟକର ହେବ। ସେହିପରି ଆଚାର୍ଯ୍ୟ ପ୍ରମୋଦ କହିଛନ୍ତି ଯେ, ରାହୁଲ ବର୍ତ୍ତମାନ ତପସ୍ବୀ ଭୂମିକାରେ ଅଛନ୍ତି।

ସମାଜବାଦୀ ପାର୍ଟି (ସପା)ର ଅଧ୍ୟକ୍ଷ ଅଖିଳେଶ ଯାଦବ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିଛନ୍ତି। ତେବେ ଏହା ସପା ପାଇଁ ଏକ ବଡ ପରିବର୍ତ୍ତନ କୁହାଯାଉଛି। କାରଣ ଦଳ କଂଗ୍ରେସକୁ ସବୁବେଳେ ବିଜେପିର ବି-ଟିମ୍‌ କହି ଟାର୍ଗେଟ୍‌ କରୁଥିଲା। ଅଖିଳେଶ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ବୟାନକୁ ସହମତି ଦେଇ କହିଛନ୍ତି ଯେ, ଯେଉଁ ଦଳ ଯେଉଁଠି ମଜବୁତ୍‌ ସେ ସେଠାରେ ନିର୍ବାଚନ ଲଢିବା ଉଚିତ୍‌।

Share