Categories: ଜାତୀୟ

ପ୍ରିୟଙ୍କା ଦୋହରାଇବେ କି ଇନ୍ଦିରା ଗାନ୍ଧୀଙ୍କ ଜିତାପଟ

ନୂଆଦିଲ୍ଲୀ,୧୪।୬: କର୍ନାଟକ ବିଧାନସଭା ନିର୍ବାଚନରେ ବଡ ବିଜୟ ମିଳିବା ପରେ କଂଗ୍ରେସରେ ଉତ୍ସାହ ଦେଖାଦେଇଛି। ଆଗାମୀ ତେଲେଙ୍ଗାନା ନିର୍ବାଚନରେ ଦଳ ବହୁମତ ହାସଲ କରିବା ନେଇ ଆଶା ରଖିଛି।
ତେବେ ଏଭଳି ପରିସ୍ଥିତିରେ ରାଜ୍ୟ କଂଗ୍ରେସ ନେତାମାନେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ମେଡାକ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମତ ପ୍ରକାଶ କରିଛନ୍ତି। ୧୯୮୦ରେ ସାଧାରଣ ନିର୍ବାଚନ ସମୟରେ ତାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏଥିରେ ସେ ବହୁମତ ହାସଲ କରିଥିଲେ। ସେହିବର୍ଷ ଆନ୍ଧ୍ରପ୍ରଦେଶର ୪୨ଟି ଲୋକସଭା ଆସନରୁ ୪୧ଟିରେ ବାଜିମାତ କରିଥିଲା। ତେବେ ଏହାର ପୁନଃରାବୃତ୍ତି ହେଲେ ଦଳ ପୁଣି ବିଜୟ ହାସଲ କରିବ ବୋଲି ଆଶା କରାଯାଉଛି।

Share