ମେଲବୋର୍ନ,୨୮।୧୦ : ପରବର୍ତ୍ତୀ ଆଇପିଏଲ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦ୍ ଫ୍ରାଞ୍ଚାଇଜ ଅଷ୍ଟ୍ରେଲିଆନ ଓପନର ଡେଭିଡ୍ ଓ୍ବାର୍ନରଙ୍କୁ ରିଟେନ କରିବାର ସମ୍ଭାବନା କ୍ଷୀଣ। ଏଣୁ ସେ ଆଗାମୀ ଅକଶନରେ ଭାଗ ନେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅଧିନାୟକ ଥିଲା ବେଳେ ସନରାଇଜର୍ସ ଫ୍ରାଞ୍ଚାଇଜକୁ ଆଇପିଏଲ ଟ୍ରଫି ଜିତାଇଥିବା ଓ୍ବାର୍ନରଙ୍କୁ ୟୁଏଇ ଲେଗ୍ର ଅନ୍ତିମ ୬ ମ୍ୟାଚ୍ରେ ଖେଳିବାକୁ ସୁଯୋଗ ମିଳି ନ ଥିଲା। ଏଥି ର୍ପୂବରୁ ତାଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା ଅଧିନାୟକତ୍ୱ।
“ଅକଶନରେ ମୁଁ ଭାଗ ନେବି। ନିକଟରେ ଶେଷ ହୋଇଥିବା ଆଇପିଏଲରେ ମୋତେ ଯାହା ସଙ୍କେତ ମିଳିଛି, ମୋତେ ସନରାଇଜର୍ସ ରିଟେନ କରିବ ନାହିଁ। ଏଣୁ ମୁଁ ନୂଆ ଆରମ୍ଭ କରିବାକୁ ଚାହୁଁଛି” ବୋଲି ଓ୍ବାର୍ନର କହିଛନ୍ତି।ଉଲ୍ଲେଖଯୋଗ୍ୟ, ଆଇପିଏଲର ୧୫ତମ ସଂସ୍କରଣରେ ୧୦ ଦଳ ଖେଳିବେ। ଏଥିଲାଗି ହେବାକୁ ଥିବା ମେଗା ଅକଶନ ଡିସେମ୍ବର କିମ୍ବା ଜାନୁୟାରୀରେ ହୋଇପାରେ।