Categories: ଜାତୀୟ

ନନ୍ଦୀଗ୍ରାମରେ ନିର୍ବାଚନ ନ ଜିତିଲେ ଛାଡ଼ିଦେବି ରାଜନୀତି – ଶୁଭେନ୍ଦୁ ଅଧିକାରୀ

କୋଲକାତା,୧୮।୧: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମୁଖ୍ୟ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ଛିଡା ହେବା ନେଇ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପାରେ ମିଶିଥିବା ଶୁଭେନ୍ଦୁ ଅଧିକାରୀ। ଟିଏମ୍‌ସି ଭେଟେରାନ ତଥା ନିକଟରେ ଭାଜପାରେ ସାମିଲ ହୋଇଥିବା ଶୁଭେନ୍ଦୁ କହିଛନ୍ତି, ନନ୍ଦୀଗ୍ରାମ ବିଧାନସଭା ସିଟରେ ନ ଜିତିଲେ, ଛାଡ଼ିଦେବି ରାଜନୀତି।

କିନ୍ତୁ ବିସ୍ତୃତ ଆଲୋଚନା ପରେ ଭାଜପା ନେତୃବୃନ୍ଦ ପାର୍ଥତ୍ ଚୟନ କରିବେ। ଟିଏମ୍‌ସି ଭଳି ମନଇଚ୍ଛା ପାର୍ଥି ଚୂଡ଼ାନ୍ତ ପ୍ରକ୍ରିୟା ଭାଜପାରେ ନାହିଁ। ଯଦି ଦଳ ମୋତେ ନନ୍ଦୀଗ୍ରାମରେ ଲଢ଼ିବାକୁ ସୁଯୋଗ ଦିଏ, ମୁଁ ମମତାଙ୍କୁ ବଡ଼ ବ୍ୟବଧାନରେ ହରାଇ ଦେବି। ଅତିକମ୍‌ରେ ୫୦ ହଜାର ଭୋଟରେ ଜିତିବି, ନ ହେଲେ ରାଜନୀତି ଛାଡ଼ି ଦେବି ବୋଲି ନନ୍ଦୀଗ୍ରାମ ବିଧାୟକ ଅଧିକାରୀ କହିଛନ୍ତି।

Share