Categories: ଜାତୀୟ

ଲତା ମଙ୍ଗେସ୍‌କରଙ୍କ ସମ୍ମାନର୍ଥେ ହେବ ଡାକ ଷ୍ଟାମ୍ପ ଲଞ୍ଚ୍‌

ନୂଆଦିଲ୍ଲୀ,୭।୧: ଗାୟକ କିମ୍ବଦନ୍ତୀ ଲତା ମଙ୍ଗେସ୍‌କରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ଏକ ଡାକ ଷ୍ଟାମ୍ପ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ‘ନାଇଟିଙ୍ଗଲେ ଅଫ ଇଣ୍ଡିଆ’ ପାଇଁ ଏହି ଷ୍ଟାମ୍ପ ଉପଯୁକ୍ତ ସମ୍ମାନ ହେବ ବୋଲି ସେ କହିଛନ୍ତି। ଏହି ଷ୍ଟାମ୍ପକୁ ସ୍ମରଣୀୟ ଷ୍ଟାମ୍ପ ଭାବରେ କରାଯିବ। ଡାକ ବିଭାଗ ଅନୁଯାୟୀ, ଗୁରୁତ୍ୱପୂର୍ଣ୍ଣ ଘଟଣା, ବିଶିଷ୍ଟ ବ୍ୟକ୍ତିତ୍ୱ, ପ୍ରକୃତି, ବିରଳ ଉଦ୍ଭିଦ ଏବଂ ଜୀବଜନ୍ତୁ, ପରିବେଶ ସମସ୍ୟା, କୃଷି କାର୍ଯ୍ୟକଳାପ, ଜାତୀୟ / ଅନ୍ତର୍ଜାତୀୟ ପ୍ରସଙ୍ଗ, ଖେଳ ଇତ୍ୟାଦିକୁ ଏହି ସ୍ମରଣୀୟ ଷ୍ଟାମ୍ପ ପ୍ରଦାନ କରାଯିବ।

 

Share