Categories: ଜାତୀୟ

ଦଳ କହିଲେ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବି: ୟେଦ୍ୟୁରପ୍ପା

ବେଙ୍ଗାଲୁରୁ,୬।୬: କର୍ନାଟକରେ ପୁଣି ରାଜନୈତିକ ଅସ୍ଥିରତା ଦେଖା ଦେଇଛି। କର୍ନାଟକର ମୁଖ୍ୟମନ୍ତ୍ରୀ ବି.ଏସ ୟେଦ୍ୟୁରପ୍ପାଙ୍କ ଭାଜପାର କିଛି ବିଧାୟକଙ୍କ ସହ ମନୋମାଳିନ୍ୟ ରହିଛି। ଏହି କାରଣରୁ ୟେଦ୍ୟୁରପ୍ପା ଖୁବ୍‌ଶୀଘ୍ର ନିଜ ପଦ ଛାଡିବେ ବୋଲି ଚର୍ଚ୍ଚା ହେଉଛି। ରବିବାର ୟେଦ୍ୟୁରପ୍ପା କହିଛନ୍ତି ଯେ, ଯେଉଁ ଦିନ ଶୀର୍ଷ ନେତୃତ୍ୱ ମୋତେ ଇସ୍ତଫା ଦେବାକୁ କହିବେ, ମୁଁ ଇସ୍ତଫା ଦେବି। ରାଜ୍ୟରେ ଭାଜପାର କୌଣସି ବିକଳ୍ପ ନେତୃତ୍ୱ ନାହିଁ ବୋଲି ମୁଁ ଭାବୁଛି ବୋଲି ସେ କହିଛନ୍ତି। କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦ୍ୟୁରପ୍ପାଙ୍କୁ ବଦଳାଇବା ପାଇଁ ଶାସକ ଭାଜପା ମଧ୍ୟରେ କିଛି ପଦକ୍ଷେପ ନିଆଯାଉଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ନିକଟବର୍ତ୍ତୀ କିଛି ବିଧାୟକ କହିଛନ୍ତି ଯେ ୭୬ ବର୍ଷ ୟେଦ୍ୟୁରପ୍ପା ତାଙ୍କ କାର୍ଯ୍ୟକାଳ ଶେଷ କରିବେ ଏବଂ ଦୁଇ ବର୍ଷ ପରେ ପରବର୍ତ୍ତୀ ନିର୍ବାଚନ ସମୟରେ ଦଳର ନେତୃତ୍ୱ ମଧ୍ୟ ନେବେ। ତାଙ୍କୁ ହଟାଇବାକୁ ଚେଷ୍ଟା କରୁଥିବା ଏକ ପ୍ରଶ୍ନର ଉତ୍ତରରେ ୟେଦ୍ୟୁରପ୍ପା କହିଛନ୍ତି, ଯେପର୍ଯ୍ୟନ୍ତ ଦିଲ୍ଲୀର ହାଇକମାଣ୍ଡ ମୋ ଉପରେ ବିଶ୍ୱାସ ରଖିବେ, ସେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ରହିବି। ଯେଉଁ ଦିନ ସେମାନେ ମୋତେ ଚାହଁିବେ ନାହିଁ, ସେଦିନ ମୁଁ ଇସ୍ତଫା ଦେବି ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରିବି ବୋଲି ସେ କହିଛନ୍ତି।

Share