ପାଭିଲିଅନ୍‌ ଫେରିବେ ନା ବ୍ୟାଟିଂ କରିବେ ?…

ଇସଲାମାବାଦ୍‌, ୩୧।୩ : ପାକିସ୍ତାନର ରାଜନୈତିକ ସ୍ଥିତି ଦିନକୁ ଦିନ ରୋମାଞ୍ଚକର ହେବାରେ ଲାଗିଛି। ନ୍ୟାଶନାଲ୍‌ ଆସେମ୍ବ୍ଲିରେ ବିରୋଧୀଙ୍କ ପକ୍ଷରୁ ପ୍ରଧାନମନ୍କତ୍ରୀ ଇମ୍ରାନ୍‌ ଖାଁଙ୍କକ ବିରୋଧରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ତର୍କ ହେବା ସହିତ ମତଦାନ ହେବ। ଏହା ନିଶ୍ଚିତ କରିବ ଇମ୍ରାନ୍‌ ପାଭିଲିଅନ୍‌ ଫେରିବେ ନା ବ୍ୟାଟିଂ କରିବେ ।

ତେବେ ଏହାର ସମାଧାନ ଖୋଜିବା ପାଇଁ ଇମ୍ରାନ ଚେଷ୍ଟା କରୁଛନ୍ତି। ବୁଧବାର ସାରେ ଇମ୍ରାନ୍‌ ଦେଶକୁ ସମ୍ବୋଧିତ କରିବାର ଥିଲା। ଅନୁମାନ କରାଯାଉଥିଲା ସେ ହୁଏତ ଇସ୍ତଫା ଦେବେ। ମାତ୍ର ଏଥିରେ ଏକ ନାଟକୀୟ ପରିବର୍ତ୍ତନ ଘଟିଥିଲା ।

କୁହାଯାଉଛି ଯେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମର ଜାଭେଦ ବାଜୱା ଏବଂ ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସଆଇ ମୁଖ୍ୟ ଲ୍ୟୁଟନାଟ୍‌ ଜେନେରାଲ ନାଦିମ ଅଞ୍ଜୁମ ବୁଧବାର ଇମ୍ରାନ ଖାନଙ୍କୁ ଭେଟିଛନ୍ତି। ଏହି ବୈଠକ ପରେ ହିଁ ଇମ୍ରାନ ଦେଶକୁ ନିଜର ସମ୍ବୋଧନ କରିବା କାର୍ଯ୍ୟକ୍ରମ ସ୍ଥଗିତ ରଖିଥିଲେ।

ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟ ସମାପ୍ତ କରିନାହାଁନ୍ତି। ଇମ୍ରାନ ଙ୍କ ସରକାର ପାଇଁ ସାଢ଼େ ତିନି ବର୍ଷରୁ ଅଧିକ ସମୟ ବିତିଗଲାଣି। ଚର୍ଚ୍ଚା ହେଉଛି ଇମ୍ରାନ ସରକାର ମଧ୍ୟ ସେନାର ଆତ୍ମବିଶ୍ୱାସ ହରାଇଛନ୍ତି, ଯାହାକି ପାକିସ୍ତାନର ଶକ୍ତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ସେନାର ସମର୍ଥନ ପାଇ ନ ଥିବା ପ୍ରଧାନମନ୍ତ୍ରୀ ସେଠାରେ ଅଧିକ ସମୟ ରହିପାରିବେ ନାହିଁ।

Share