Categories: ଖେଳ

ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, ସିଏସ୍‌କେ ପାଇଁ ଖେଳିବେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ତମ ସିଜନ ଯଥା ଆଇପିଏଲ ୨୦୨୪ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ଲିଗ୍‌ର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଗାମୀ ଆଇପିଏଲ ସିଜନ ଆରମ୍ଭ ପୂର୍ବରୁ ରୋହିତ ଶର୍ମା ଆଲୋଚନାର କେନ୍ଦ୍ର ହୋଇ ରହିଛନ୍ତି। ବାସ୍ତବରେ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ବିଜେତା ଅଧିନାୟକଙ୍କୁ ତାଙ୍କ ପଦରୁ ହଟାଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱ ଦେଇଛନ୍ତି। ସେବେଠାରୁ ରୋହିତଙ୍କ ବିଷୟରେ ଅନେକ ଦାବି କରାଯାଉଛି। ବର୍ତ୍ତମାନ ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ ତାଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ଆଇପିଏଲରେ ମୁମ୍ବାଇ ଏବଂ ଚେନ୍ନାଇ ପାଇଁ ଖେଳିଥିବା ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ କହିଛନ୍ତି , ରୋହିତ ଶର୍ମା ଭବିଷ୍ୟତରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିପାରନ୍ତି। ଏପରିକି ରୋହିତ ଚେନ୍ନାଇର ପରବର୍ତ୍ତୀ ଅଧିନାୟକ ହେବେ ବୋଲି ସେ କହିଛନ୍ତି। ରାଇଡୁ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ରୋହିତଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବାକୁ ଚାହୁଁଛି। ଧୋନୀଙ୍କ ଅବସର ପରେ ରୋହିତ ମଧ୍ୟ ଚେନ୍ନାଇର ଅଧିନାୟକ ହୋଇପାରନ୍ତି। ଯଦି ରୋହିତ ଚେନ୍ନାଇ ପାଇଁ ଖେଳନ୍ତି ତେବେ ଏହା ବହୁତ ଭଲ ହେବ। ସେ ଆରାମଦାୟକ ହେବେ। ଆସନ୍ତା ୫-୬ ବର୍ଷ ପାଇଁ ଆଇପିଏଲରେ ଖେଳି ପାରିବେ।

Share