Categories: ଖେଳ

ଦ୍ୱିତୀୟ ଟେଷ୍ଟରେ ଦଳକୁ ଫେରିବେ କି ରୋହିତ ଶର୍ମା: ରାହୁଲ ଦେଲେ ଅପ୍‌ଡେଟ୍‌

ଚଟ୍ଟଗ୍ରାମ,୧୮।୧୨: ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରିଛି। ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ସହ ଭାରତ ବର୍ତ୍ତମାନ ଏହି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏଥି ସହିତ ମ୍ୟାଚ ପରେ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ନେଇଥିବା କେ.ଏଲ ରାହୁଲ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଆଘାତ ଏବଂ ପରବର୍ତ୍ତୀ ଟେଷ୍ଟରେ ଫେରିବା ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି।
ରାହୁଲ କହିଛନ୍ତି, ଆମେ ଆଗାମୀ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ରୋହିତଙ୍କ ବିଷୟରେ ସୂଚନା ପାଇବୁ। ମୁଁ ଏପର୍ଯ୍ୟନ୍ତ ଏହା ବିଷୟରେ ଅବଗତ ନୁହେଁ। ଆମର ଧ୍ୟାନ ବର୍ତ୍ତମାନ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଉପରେ ଅଛି।
ରୋହିତ ଭାରତୀୟ କ୍ରିକେଟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆହତ ହୋଇଥିଲେ। ଏହି କାରଣରୁ ସେ ତୃତୀୟ ଦିନିକିଆରେ ଖେଳିପାରି ନ ଥିଲେ। ଏହା ବ୍ୟତୀତ ସେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିପାରି ନ ଥିଲେ। ତେବେ ପ୍ରଶଂସକଙ୍କ ପାଇଁ ଖୁସି ଖବର ହେଉଛି ରୋହିତ ଶର୍ମା ବେଙ୍ଗାଲୁରୁର ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଜାତୀୟ କ୍ରିକେଟ ଏକାଡେମୀରେ ରୋହିତ ଶର୍ମା ଅଧିକ ସମୟ ବ୍ୟାଟିଂ କରି ନ ଥିଲେ। ଏହା ପରେ ସେ ଫିଜିଓ ସହିତ ସମୟ ବିତାଇଥିବା। ମିଡିଆ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ରବିବାର ଦଳରେ ଯୋଗଦେବେ।

ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୮୮ ରନ ବ୍ୟବଧାନରେ ପରାସ୍ତ କରିଛି। ଏଥି ସହିତ, ଏହି ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ୨୨ ଡିସେମ୍ବରରୁ ମିରପୁରରେ ଖେଳାଯିବ।

Share