ଡିଜନିର ପ୍ରଚ୍ଛଦ ସ୍ୱର କଳାକର ୱିଲ ରିୟାନଙ୍କ ପରଲୋକ

ୱାଶିଂଟନ,୨୧ ।୧୧: ଡିଜନି କ୍ୟାରେକ୍ଟରର ପ୍ରଚ୍ଛଦ ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କ ପରଲୋକ ହୋଇଛି । ହଲିଉଡ ରିପୋର୍ଟରର ସୂଚନା ଅନୁଯାୟୀ ୧୯ ନଭେମ୍ବରରେ ତାଙ୍କର ପରଲୋକ ହୋଇଛି । ବେଶ କିଛିଦିନ ହେବ କ୍ୟାନସରରେ ପୀଡ଼ିତ ଥିବା ଆମେରିକୀୟ କଳାକାର ରିୟାନ ୭୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିୟାନ ଏକାଧାରାରେ ଜଣେ ପ୍ରଚ୍ଛଦ ସ୍ୱର କଳାକାର ସହ ମ୍ୟୁଜିସିୟାନ, ସଙ୍ଗରାଇଟର ଓ କମେଡି କଳାକାର ଥିଲେ । ତାଙ୍କ ବିୟୋଗରେ ବିଶ୍ୱ ଜଣେ ଭଲ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି ରିୟାନଙ୍କ ବନ୍ଧୁ ଲିମସ । ରିୟାନ ପ୍ରଥମେ ୧୯୪୯ରେ କିଛି ସର୍ଟ ଆନିମେଟେଡ ପ୍ରୋଜେକ୍ଟରେ ଭଏସ ଦେଇ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ।

Share