Categories: ଜାତୀୟ

ସିନ୍ଧିଆଙ୍କ ପରି ବାଡ଼ ଡେଇଁବେ କି ସଚିନ

ଜୟପୁର, ୧୩।୭: ରାଜସ୍ଥାନରେ ଶାସକ କଂଗ୍ରେସ ଦଳରେ ସଙ୍କଟ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୂରତା ବଢ଼ିଚାଲିଛି। ପୂର୍ବରୁ ମଧ୍ୟପ୍ରଦେଶ କଂଗ୍ରେସ ସରକାରରେ ଏଭଳି ସମସ୍ୟା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ଏବଂ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଦେଖାଦେଇଥିଲା। ଏହାର ଫାଇଦା ଭାଜପା ନେଇଥିଲା। ମଧ୍ୟପ୍ରଦେଶରେ ଭାଜପାର ଅପରେଶନ୍‌ ଲୋଟସ୍‌ ଅଭିଯାନ ସଫଳ ରହିଥିଲା। ଏହା ପୂର୍ବରୁ କର୍ନାଟକରେ ମଧ୍ୟ ସମାନ ସ୍ଥିତିରୁ ଭାଜପା କ୍ଷମତା ଦଖଲ କରିନେଇଥିଲା। ଏହାର ପୁନରାବୃତ୍ତି ଏବେ ରାଜସ୍ଥାନରେ ହେବାର ଆଶଙ୍କା ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରୁଛନ୍ତି। ଯଦି ସଚିନ ସିନ୍ଧିଆଙ୍କ ପରି କିଛି ଅସନ୍ତୁଷ୍ଟ ବିଧାୟକଙ୍କୁ ଧରି ବାଡ଼ ଡେଇଁବେ ତେବେ ରାଜ୍ୟରେ କଂଗ୍ରେସ ସରକାର ପାଇଁ ସମସ୍ୟା ସୃଷ୍ଟି ହେବ। ମାତ୍ର ଏଭଳି ଚର୍ଚ୍ଚାକୁ ସଚିନ ଖଣ୍ଡନ କରିଛନ୍ତି। ସେ ଦଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି।

Share