Categories: ଜାତୀୟ

କଂଗ୍ରେସର ଟିକେଟ୍‌ରେ ନିର୍ବାଚନ ଲଢିବେ ସାକ୍ଷୀ! ନିଜେ ଦେଲେ ଉତ୍ତର…

ନୂଆଦିଲ୍ଲୀ,୨୩।୧୨: ଭାଜପା ଏମ୍‌ପି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ନିକଟତମ ସଞ୍ଜୟ ସିଂଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ବିରୋଧରେ ରେସଲର ସାକ୍ଷୀ ମଲିକ ଅବସର ନେଇ ଘୋଷଣା କରିଛନ୍ତି। ଏହି ସହିତ ଅଲିମ୍ପିକ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆ ଶୁକ୍ରବାର ପଦ୍ମଶ୍ରୀ ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ ସାକ୍ଷୀ ମଲିକ ଏବଂ ବଜରଙ୍ଗ ପୁନିଆ ମଧ୍ୟ ଶୁକ୍ରବାର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ସାକ୍ଷୀଙ୍କୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢିବା ବିଷୟରେ ପଚରାଯାଇଥିଲା, ସେ କହିଛନ୍ତ କି ଏ ପର୍ଯ୍ୟନ୍ତ ଏଭଳି କିଛଇ ନିଷ୍ପତ୍ତି ନିଆଯାଇନାହିଁ।

ସାକ୍ଷୀ ଏକ ସାକ୍ଷାତକାରରେ କହିଛନ୍ତି, କୁସ୍ତିଯୋଦ୍ଧାଙ୍କ ସଂଗ୍ରାମ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଥିଲା। ଆମେ ଚାହୁଁଥିଲୁ ଫେଡେରେଶନରୁ ତାଙ୍କର କବ୍‌ଜା ଶେଷ ହେଇଯାଉ। ଆମେ ମଧ୍ୟ ସରକାରଙ୍କ ସହ ଆଲୋଚନା କରିଥିଲୁ ଯେ ଜଣେ ମହିଳାଙ୍କୁ ଫେଡେରେଶନର ଅଧ୍ୟକ୍ଷ କରାଯିବା ଉଚିତ୍‌। କିନ୍ତୁ ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି, ବ୍ରିଜ୍‌ଭୂଷଣଙ୍କ ଡାହାଣ ହାତ ଏବଂ ବ୍ୟବସାୟିକ ସହଯୋଗୀ ଫେଡେରେଶନର ଅଧ୍ୟକ୍ଷ ହୋଇଛନ୍ତି।

 

Share