Categories: ଖେଳ

ମହମ୍ମଦ ସାମିଙ୍କୁ ବିବାହ କରିବେ କି ସାନିଆ ମିର୍ଜା: ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି ଏବଂ ପୂର୍ବତନ ଟେନିସ ଖେଳାଳି ସାନିଆ ମିର୍ଜା ଖୁବ୍‌ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ଏପରିକି ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ସରିଥିବା କୁହାଯାଉଛି। ଯଦିଓ ଉଭୟଙ୍କ ମଧ୍ୟରେ ବିବାହ ସମ୍ବନ୍ଧରେ କୌଣସି ବିବୃତ୍ତି ଦିଆଯାଇ ନାହିଁ, କିନ୍ତୁ ଏହି ଗୁଜବ ବିଶେଷ ଭାବରେ ପାକିସ୍ତାନୀ ଗଣମାଧ୍ୟମରେ ବୃଦ୍ଧି ପାଇବାରେ ଲାଗିଛି। ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ମହମ୍ମଦ ଶାମି ଏବଂ ସାନିଆ ମିର୍ଜା ଏକାଠି ବିବାହ ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। କିଛି ଲୋକ ଏପରିକି ଉଭୟେ ବିବାହିତ ବୋଲି ଦାବି କରୁଛନ୍ତି। ତେବେ ଏହି ଚର୍ଚ୍ଚା ପଛରେ କେତେ ସତ୍ୟତା ରହିଛି ତାହା ଆଗାମୀ ଦିନରେ ଜଣାପଡିବ।
ମହମ୍ମଦ ଶାମି ଏବଂ ସାନିଆ ମିର୍ଜାଙ୍କ ଦାମ୍ପତ୍ୟ ଜୀବନ ପ୍ରାୟ ସମାନ ଏବଂ ଉଭୟ ନିଜ ନିଜ ସାଥୀଙ୍କଠାରୁ ଛାଡପତ୍ର ପାଇଛନ୍ତି। ୨୦୧୮ରେ ଭାରତୀୟ କ୍ରିକେଟର ଶାମିଙ୍କ ନାଁରେ ସ୍ତ୍ରୀ ହସିନ ଜାହାନ ନିର୍ଯାତନା ଅଭିଯୋଗ ଆଣିଥିଲେ। ପରେ ଏହି ମାମଲା ଅତ୍ୟନ୍ତ ଗମ୍ଭୀର ହୋଇଗଲା, ଯାହା ଏବେ ବି ଚାଲିଛି। ଏହି କାରଣରୁ, ଶାମି ଏବଂ ହସିନ ଅଲଗା ରହୁଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଆଇନଗତ ଭାବେ ଛାଡପତ୍ର ହୋଇନାହାଁନ୍ତି।
ଅନ୍ୟପକ୍ଷରେ, ସାନିଆ ୨୦୧୦ରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଥିଲେ। ଏହି ସମ୍ପର୍କରୁ ତାଙ୍କର ଏକ ପୁଅ ମଧ୍ୟ ଅଛି, ଯାହାର ନାମ ଇଜାନ ମିର୍ଜା ମଲିକ। ଏହା ପୂର୍ବରୁ ଭାରତର ଟେନିସ ତାରକା ସାନିଆ ଶୋଏବ ମଲିକଙ୍କ ସହ ‘ଖୁଲା’ କରିଥିଲେ। ଏହା ଏକ ପ୍ରକ୍ରିୟା ଯାହା ଇସଲାମ ଧର୍ମରେ ମହିଳାଙ୍କୁ ଛାଡପତ୍ର କରିବାର ଅଧିକାର ମଧ୍ୟ ଦେଇଥାଏ। ଅନ୍ୟପକ୍ଷରେ ଶୋଏବ ଜାନୁଆରୀ ୨୦ରେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ବିବାହ କରିଥିଲେ।

 

Share