Categories: ଜାତୀୟ

ସ୍ବାମୀଙ୍କ ମୃତ୍ୟୁ ପରେ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ କି?

ମୁମ୍ବାଇ,୧୭।୨: ପ୍ରଥମ ବିବାହର ଆଇନଗତ ସମାଧାନ ହୋଇ ନ ଥିଲେ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦ୍ୱିତୀୟ ସ୍ତ୍ରୀଙ୍କୁ ପେନସନ ମିଳିବ ନାହିଁ। ବୁଧବାର ଏଭଳି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ।

ପେନସନ ସୁବିଧାରୁ ବଞ୍ଚିତ କରିବାରୁ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ ସୋଲାପୁର ବାସୀନ୍ଦା ଶାମଲ ତାତେ। ଜଷ୍ଟିସ ଏସ୍‌. ଜେ ଖାଠାଓ୍ବାଲା ଓ ମିଲିନ୍ଦ ଯାଦବଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ତାତେଙ୍କ ସ୍ବାମୀ ମହାଦେଓ ସୋଲାପୁର ଜିଲା କଲେକ୍ଟରଙ୍କ କାର୍ଯ୍ୟାଳୟରେ ପିଅନ ଥିଲେ। ୧୯୯୬ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ବିବାହ କରିବା ପୂର୍ବରୁ ମହାଦେଓ ବିବାହିତ ଥିଲେ। ମହାଦେଓଙ୍କ ମୃତ୍ୟୁ ପରେ ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବୁଝମଣା ହୋଇଥିଲା। ମାତ୍ର କର୍କଟ ରୋଗରେ ପ୍ରାଣ ହରାଇଥିଲେ ମହାଦେଓଙ୍କ ପ୍ରଥମ ସ୍ତ୍ରୀ। ତା’ ପରେ ମହାଦେଓଙ୍କ ସମ୍ପୂର୍ଣ୍ଣ ପେନସନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ୨୦୦୭ରୁ ୨୦୧୪ ମଧ୍ୟରେ ସେ ୪ ଥର ଆବେଦନ କରିଥିଲେ, ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ରାଜ୍ୟ ସରକାର। ୨୦୧୯ରେ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ।

Share