ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କ୍ଷୋଭ: କହିଲେ, ମୁଁ ମୋ ପୋଷାକ ବିକିଦେବି

ଇସ୍‌ଲାମାବାଦ୍‌,୩୦।୫: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଖେବର ପଖତୁଙ୍ଖୱାର ମୁଖ୍ୟମନ୍ତ୍ରୀ ମହମୁଦ ଖାନ୍‌ଙ୍କୁ ଅଲ୍ଟିମେଟମ ଦେଇଛନ୍ତି। ଯଦି ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ୧୦ କିଲୋ ଅଟାର ମୂଲ୍ୟ ୪୦୦ ଟଙ୍କାକୁ ନ ଆଣନ୍ତି, ତେବେ ସେ ଲୋକମାନଙ୍କୁ ଶସ୍ତା ଅଟା ଦେବା ପାଇଁ ନିଜର ପୋଷାକ ବିକ୍ରି କରିଦେବେ। ଠାକାରା ଷ୍ଟାଡିୟମରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ଶରିଫ କହିଛନ୍ତି, ମୁଁ ମୋର ମତକୁ ପୁନରାବୃତ୍ତି କରୁଛି। ଲୋକଙ୍କୁ ଶସ୍ତା ଅଟା ଦେବା ପାଇଁ ମୁଁ ମୋର ପୋଷାକ ବିକ୍ରି କରିବି।
ଏହି ସଭାରେ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ଦେଶକୁ ମହଙ୍ଗା ଏବଂ ବେକାରି ଉପହାର ଦେଇଛନ୍ତି। ଇମ୍ରାନ୍‌ ସରକାର ୫୦ ଲକ୍ଷ ଘର ଏବଂ ୧ କୋଟି ଚାକିରି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଥିରେ ସେମାନେ ବିଫଳ ହୋଇ ଦେଶକୁ ଆର୍ଥିକ ସଙ୍କଟରେ ପକାଇ ଦେଇଛନ୍ତି। ମୁଁ କିନ୍ତୁ ଦେଶକୁ ପ୍ରଗତି ଏବଂ ସମୃଦ୍ଧତାର ପଥରେ ନେବା ପାଇଁ ମୁଁ ମୋର ଜୀବନ ଦେଇଦେବି।

Share