ଶେଖ ହାସିନାଙ୍କୁ ଫେରାଇବ କି ନା … ସ୍ଥିର କରୁ ଭାରତ, ୟୁନୁସ ସରକାରଙ୍କ ବୟାନକୁ ନେଇ ବଢୁଛି ଉତ୍ତେଜନା

ଢାକା,୨।୯: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦ ଏବଂ ଦେଶ ଛାଡିଥିବା ଶେଖ ହାସିନା ଏବେ ଭାରତରେ ଅଛନ୍ତି। କିନ୍ତୁ ଭାରତରେ ଶେଖ ହାସିନାଙ୍କ ଉପସ୍ଥିତି ବାଂଲାଦେଶକୁ ବିଚଳିତ କରୁଛି। ଏହି କାରଣରୁ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ ବର୍ତ୍ତମାନ ଏକ ନୂଆ କଥା କହିଛନ୍ତି। ହୁସେନ କହିଛନ୍ତି ଯେ ଶେଖ ହସିନାଙ୍କୁ ହସ୍ତାନ୍ତର କରାଯିବ କି ନାହିଁ ଭାରତ ନିଷ୍ପତ୍ତି ନେବା ଉଚିତ।

ଏହି ସମୟରେ ବାଂଲାଦେଶ ଶେଖ ହାସିନା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ରାଜନୈତିକ ପାସପୋର୍ଟକୁ ମଧ୍ୟ ବାତିଲ କରିଦେଇଛି। ଏବେ ପ୍ରଶ୍ନ ହେଉଛି ଶେଖ ହାସିନା ପାସପୋର୍ଟ ବିନା ଭାରତରେ ରହିପାରିବେ କି ନାହିଁ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଶେଖ ହାସିନାଙ୍କୁ ଦେଶ ଛାଡିବା ପରେ ଖୁବ କମ ନୋଟିସରେ ଭାରତରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।
ଏସବୁ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ମାରୁଛି କି ତାଙ୍କୁ ପ୍ରତ୍ୟର୍ପଣର ସମ୍ମୁଖୀନ ହେବାକୁ ପଡିବ କି? ବାସ୍ତବରେ ବାଂଲାଦେଶ ସରକାର ହାସିନାଙ୍କୁ ହସ୍ତାନ୍ତର କରିବାକୁ ଦାବି କରୁଛନ୍ତି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମ୍ମଦ ତାହିଦ ହୁସେନ କହିଛନ୍ତି ଯେ ଭାରତ ସହିତ ଏକ ଚୁକ୍ତି ଅଛି। ଯଦି ଆମର ଆଇନ ବ୍ୟବସ୍ଥା ଚାହୁଁଛି, ଆମେ ନିଶ୍ଚିତ ଭାବରେ ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିବୁ।

Share