Categories: ଜାତୀୟ

ୟୁପିଏ ହାତ ଧରିବ କି ଶିବସେନା ? କଳ୍ପନା ଜଳ୍ପନା ଜାରି…

ମୁମ୍ବାଇ,୯।୧୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପିଏକୁ ଦୁର୍ବଳ ବୋଲି କହିବା ପରେ ଶିବସେନା କଂଗ୍ରେସର କ୍ଷତକୁ ଭଲ କରିବା ପାଇଁ କାର୍ଯ୍ୟ କରୁଛି। କାରଣ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଏକ ଘରୋଇ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।

ସାକ୍ଷାତକାରରେ ରାଉତ କହିଥିଲେ ଯେ ସେ ଏକ ସଭାରେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇଛନ୍ତି। କଂଗ୍ରେସର ନେତୃତ୍ୱରେ ତାଙ୍କୁ ୟୁନାଇଟେଡ ପ୍ରଗତିଶୀଳ ଆଲାଇନ୍ସ (ୟୁପିଏ) କୁ ପୁନର୍ଜୀବିତ କରିବା ଉଚିତ। ସଞ୍ଜୟ ରାଉତ କହିଛନ୍ତି ଯେ ସେ ରାହୁଲ ଗାନ୍ଧୀଙ୍କୁ ଏକ ପାଦ ଆଗକୁ ଯାଇ ୟୁପିଏକୁ ପୁନର୍ଜୀବିତ କରିବାକୁ କହିଛନ୍ତି। ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଶିବସେନା ୟୁପିଏରେ ଯୋଗ ଦେଇପାରେ।

ଶିବସେନା ବର୍ତ୍ତମାନ ତିନିଜଣିଆ ମେଣ୍ଟ ସରକାରର ଏକ ଅଂଶୀଦାର ଭାବେ କାର୍ଯ୍ୟ କରୁଛି। ଯଦି ରାହୁଲ ଗାନ୍ଧୀ ଆମନ୍ତ୍ରଣ କରନ୍ତି ତେବେ ଶିବସେନା ୟୁପିଏରେ ଯୋଗଦେବା ଉପରେ ବିଚାର କରିବ। ଶିବସେନା ୟୁପିଏରେ ଯୋଗଦେବେ କି ନାହିଁ ପ୍ରଶ୍ନର ଉତ୍ତରରେ ସେ ଏଭଳି କହିଛନ୍ତି।

ସେ କହିଛନ୍ତି ମୁଁ ରାହୁଲ ଗାନ୍ଧୀଙ୍କୁ କହିଛି ସମସ୍ତଙ୍କୁ ଆମନ୍ତ୍ରଣ କର। କୌଣସି ଦଳ ଆପେ ଆସି ସାମିଲ ହେବେ ନାହିଁ। ଆମକୁ ବିବାହ କିମ୍ବା ଅନ୍ୟ କାର୍ଯ୍ୟ ନିମନ୍ତ୍ରଣ ପଠାଇବାକୁ ପଡିବ। ଆମନ୍ତ୍ରଣ କର, ଏହା ପରେ ଆମେ ଏହା ଉପରେ ବିଚାର କରିବୁ ବୋଲି ସେ କହିଛନ୍ତି। ମୁଁ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଏନେଇ ସୂଚନା ପ୍ରଦାନ କରିଥିବା ସଞ୍ଜୟ କହିଛନ୍ତି।

ସାକ୍ଷାତ୍‌କାର ସମୟରେ ସଞ୍ଜୟ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ସେ କହିଛନ୍ତି ଯେ ରାହୁଲଙ୍କ ବିଷୟରେ ଲୋକମାନେ ଯେପରି ଭାବନ୍ତି ତାହା ଠିକ ନୁହେଁ। ସେ ରାହୁଲଙ୍କ ବିଷୟରେ ଭଲ ଭାବନ୍ତି। ତାଙ୍କ ପାର୍ଟିରେ କିଛି ତ୍ରୁଟି ଅଛି କିନ୍ତୁ ରାହୁଲ ଭଲ। ରାହୁଲ କଂଗ୍ରେସରେ ଥିବା ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି ବୋଲି ସଞ୍ଜୟ କହିଛନ୍ତି।

Share