୧୦ ବର୍ଷ ପାଇଁ ଓସ୍କାରରୁ ବ୍ୟାନ୍‌ ହେଲେ ସ୍ମିଥ୍‌

୯୪ ତମ ଓସ୍କାର ଆୱାର୍ଡ ବିତରଣ ସମାରୋହରେ ହୋଷ୍ଟ ତଥା କମେଡିଆନ୍‌ କ୍ରିସ ରକ୍‌ଙ୍କୁ ଚାପୁଡ଼ା ମାରି ବିବାଦ ଘେରକୁ ଆସିଥିଲେ ହଲିଉଡ୍‌ ଅଭିନେତା ଓ୍ବିଲ୍‌ ସ୍ମିଥ୍‌। ସେହି ଘଟଣାରେ ଏବେ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍‌ କରି ଦିଆଯାଇଛି। ଏକାଡେମୀ ଅଫ୍‌ ମୋସନ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ପକ୍ଷରୁ ଶୁକ୍ରବାର ଏଭଳି ନିଷ୍ପତ୍ତି ନିଆଯାଇଛି।

ଓସ୍କାର ପୁରସ୍କାର ସମାରୋହରେ କ୍ରିସ୍‌ ରକ୍‌ ସ୍ମିଥ୍‌ଙ୍କ ସ୍ତ୍ରୀଙ୍କ ଲଣ୍ଡା ମୁଣ୍ଡକୁ ନେଇ ପରିହାସ କରିଥିଲେ। ହେଲେ ସ୍ମିଥ୍‌ଙ୍କ ସ୍ତ୍ରୀ ଆଲୋପେସିଆ ରୋଗରେ ପୀଡିତ। ଏହି କାରଣରୁ ସେ ଲଣ୍ଡା ହୋଇଛନ୍ତି। ସ୍ମିଥ୍‌ ପରିହାସ ଶୁଣିବା ପରେ ରାଗିଯାଇ ରକ୍‌ଙ୍କୁ ସମସ୍ତଙ୍କ ସମ୍ମୁଖରେ ଚାପୁଡା ମାରିଥିଲେ। ଏହି ଘଟଣା ପରେ ସ୍ମିଥ୍‌ ନିଜେ ଏକାଡେମୀରୁ ଇସ୍ତଫା ଦେଇଥିଲେ, ଯାହା ଗ୍ରହଣ କରାଯାଇଥିଲା।

Share