ଓସ୍କାର ମଞ୍ଚରେ ଝଗଡା: ସ୍ତ୍ରୀଙ୍କୁ କମେଣ୍ଟ କରିବାରୁ ଉପସ୍ଥାପକଙ୍କୁ ମୁଥ ମାରିଲେ ପ୍ରସିଦ୍ଧ ଅଭିନେତା

କାଲିଫର୍ନିଆ,୨୮।୩: ୨୦୨୨ ଓସ୍କାର ପୁରସ୍କାର ବିତରଣ ମଞ୍ଚରେ ଏକ ରୋଚକ ଘଟଣା ଘଟିଥିଲା। ପ୍ରସିଦ୍ଧ ଅଭିନେତା ୱିଲ ସ୍ମିଥ ଉପସ୍ଥାପକ କ୍ରିସ ରକ୍‌ଙ୍କୁ ମୁଥ ମାରିଥିଲେ। ସ୍ମିଥ୍‌ଙ୍କ ସ୍ତ୍ରୀଙ୍କୁ ନେଇ କମେଣ୍ଟ କରିବା ରକ୍‌ଙ୍କୁ ମହଙ୍ଗା ପଡିଥିଲା। ଡକ୍ୟୁମେଣ୍ଟାରୀ ଫିଚର୍‌ ପାଇଁ ଓସ୍କାର ପୁରସ୍କାର ଉପସ୍ଥାପନ କରିବାକୁ କ୍ରିସ ରକ ମଞ୍ଚକୁ ଆସିଥିଲେ। ଏହି ସମୟରେ, କ୍ରିସ ରକ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ୍‌ ସ୍ମିଥ୍‌ଙ୍କ କେଶ ଉପରେ ମନ୍ତବ୍ୟ ଦେଇଥିଲେ। ଏହା ଦେଖି ସ୍ମିଥ ରାଗି ଯାଇଥିଲେ।ଏହା ପରେ ସେ ମଞ୍ଚରେ ପହଞ୍ଚି କ୍ରିସ ରକଙ୍କୁ ଏକ ମୁଥ ମାରିଥିଲେ।
କ୍ରିସ ରକ ଫିଲ୍ମ ଜି ଆଇ ଜେନ ୨ ବିଷୟରେ ୱିଲ ସ୍ମିଥଙ୍କ ସ୍ତ୍ରୀ ଜଡା ପିଙ୍କେଟ ସ୍ମିଥଙ୍କୁ ପରିହାସ କରିଥିଲେ। ଜଡାଙ୍କ ଚନ୍ଦା କେଶ ଉପରେ ମନ୍ତବ୍ୟ ଦେଇ କ୍ରିସ ରକ କହିଥିଲେ, ଚନ୍ଦା କେଶ ହେତୁ ତାଙ୍କୁ ଏହି ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ଯଦିଓ ସତ କଥା ଏହା ହେଉଛି ଯେ ଜଡା ଫିଲ୍ମ ପାଇଁ କେଶ କାଟି ନାହାଁନ୍ତି। ବରଂ ସେ ଆଲୋପେସିଆ ନାମକ ଏକ କେଶ ରୋଗ ସହ ଲଢୁଛନ୍ତି। ଏଥିପାଇଁ କେଶ ଚନ୍ଦା ହୋଇଯିବ। ଏଭଳି ପରିସ୍ଥିତିରେ ୱିଲ ତାଙ୍କ ସ୍ତ୍ରୀଙ୍କୁ ପରିହାସ କରୁଥିବାର ଦେଖି ରାଗି ଗେଲେ। କ୍ରିସଙ୍କୁ ମୁଥ ମାରିବା ଦେଖି ଉପସ୍ଥିତି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଫିଲ୍ମ କିଙ୍ଗ ରିଚାର୍ଡ ପାଇଁ ୱିଲ ସ୍ମିଥ ଚଳିତ ବର୍ଷ ଓସ୍କାରରେ ମନୋନୀତ ହୋଇଥିଲେ। ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ଓସ୍କାର ପୁରସ୍କାର ମଧ୍ୟ ପାଇଛନ୍ତି। କିଙ୍ଗ ରିଚାର୍ଡ ଚଳଚ୍ଚିତ୍ରର କାହାଣୀ ଟେନିସ ଖେଳାଳି ସେରେନା ୱିଲିୟମ୍ସ ଏବଂ ଭେନସ ୱିଲିୟମ୍ସଙ୍କ ପିତା ରିଚାର୍ଡ ୱିଲିୟମ୍ସଙ୍କ ବାୟୋପିକ। ଏହି ଫିଲ୍ମରେ ରିଚାର୍ଡ ପିଲାମାନଙ୍କୁ ଏକ ମହାନ ଖେଳାଳି କରିବା ପାଇଁ ଅନେକ ସଂଘର୍ଷ କରିଥିଲେ। ଏହି ଫିଲ୍ମରେ ୱିଲିଙ୍କ ଅଭିନୟକୁ ସାରା ବିଶ୍ୱ ପ୍ରଶଂସା କରିଛି।

Share