Posted inଜାତୀୟ

‘ଆମକୁ ଟଙ୍କା ଦେଲେ ଆଦାନୀ-ଅମ୍ବାନୀଙ୍କ ଉପରେ ଆକ୍ରମଣ ବନ୍ଦ କରିଦେବୁ…’: ନୂଆ ବିବାଦ ସୃଷ୍ଟି କଲା କଂଗ୍ରେସ ନେତାଙ୍କ ବୟାନ, ଭାଜପା ଦେଲା ପ୍ରତିକ୍ରିୟା

ଭୁବନେଶ୍ୱର,୧୨।୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ରବିବାର ଏକ ବଡ଼ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି “ଯଦି ସେମାନେ ଟଙ୍କା ଦିଅନ୍ତି ତେବେ ଆଦାନୀ-ଅମ୍ବାନୀ ଉପରେ ଆକ୍ରମଣ ବନ୍ଦ କରିବେ”। ଅଧୀରଙ୍କ ଏହି ମନ୍ତବ୍ୟର କିଛି ସମୟ ପରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ଆକ୍ରମଣ କରି କହିଛି ଯେ ଦଳର କାର୍ଯ୍ୟକଳାପ “ରାଜନୈତିକ ଚୋରୀ” ଛଡା ଆଉ କିଛି ନୁହେଁ।

କଂଗ୍ରେସର ଦୁର୍ନୀତିକୁ ଅଧୀର ରଂଜନ ଚୌଧୁରୀ ପ୍ରକାଶ କରୁଥିବା ଦର୍ଶାଇ ଭାଜପା ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ୩୩ ସେକେଣ୍ଡର କ୍ଷୁଦ୍ର ଭିଡିଓ କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳର ନେତା ଭାରତୀୟ ବ୍ୟବସାୟ ଟାଇକୁନ୍ ଉପରେ ଆକ୍ରମଣ କରୁଥିବା କଥା ଶୁଣିବାକୁ ମିଳିଥିଲା।

ଭିଡିଓରେ କହୁଛନ୍ତି ଯେ ଯଦି ସେମାନେ ଟଙ୍କା ପଠାଇବା ଆରମ୍ଭ କରନ୍ତି ତେବେ ଅମ୍ବାନୀ ଏବଂ ଆଦାନୀଙ୍କ ନାମ ଉଲ୍ଲେଖ କରିବା କଂଗ୍ରେସ ବନ୍ଦ କରିବ। “ଆମେ ସେମାନଙ୍କୁ ଆକ୍ରମଣ କରୁ କାରଣ ସେମାନେ ଆମକୁ ଟଙ୍କା ପଠାନ୍ତି ନାହିଁ। ଯଦି ସେମାନେ ପଠାନ୍ତି, ତେବେ ଆମେ ଚୁପ୍ ରହିବୁ ବୋଲି କଂଗ୍ରେସ ନେତା ଏକ ସାମ୍ବାଦିକଙ୍କୁ ଦେଇଥିବା ସାକ୍ଷାତକାରରେ ଏକ ମଜାଳିଆ ଅନ୍ଦାଜରେ କହିଛନ୍ତି।

ତେବେ ନିକଟରେ ତେଲେଙ୍ଗାନାର କରିମନଗରରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ “ଅମ୍ବାନୀ-ଆଦାନୀ” ବିରୋଧରେ କହିବା କାହିଁକି ବନ୍ଦ କରି ଦେଇଛନ୍ତି ଏବଂ ବିରୋଧୀଦଳର ନେତା “କେତେ କଳା ଟଙ୍କା” ପାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri