ଆଜି ପଦ୍ମ ଧରିବେ କି ସୁନନ୍ଦା? ବଢ଼ୁଛି…

ଭୁବନେଶ୍ୱର,୬।୧୧: ବୁଧବାର ଭାଜପାରେ ମିଶିବେ କି ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ସୁନନ୍ଦା ବୁଧବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ ପଦ୍ମ ଧରିବା ନେଇ ଚର୍ଚ୍ଚା ବଢ଼ୁଛି। ପୂର୍ବତନ ବିଧାୟିକା ସୁନନ୍ଦା ଦାସ କିଛିିଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ।ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯାଇ ନ ଥିବାରୁ ଅସନ୍ତୋଷ ହୋଇ ବିଜେଡି ଛାଡିଥିବା ସେ କହିଥିଲେ । ଏହାସହ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସେ କହିଥିଲେ।

ଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ଦେଇକହିଥିଲେ, ଅଫିସର ମାନେ ବିଜେଡି ଟିକେଟ ବାଣ୍ଟୁଥିଲେ। ଡିଏସ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଦେଖା କରିବାକୁ କୁହାଯାଇଥିଲା। ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି। ପାଣ୍ଡିଆନ ମଧ୍ୟ ଡାକିଥିଲେ, ନବୀନ ନିବାସ ଯାଇଥିଲି। ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇଲିନି ବୋଲି ଟିକେଟ କଟିଛି ବୋଲି କହିଥିଲେ।

ସୁନନ୍ଦା ଆହୁରି କହିଛନ୍ତି, ନେତାଙ୍କୁ ଅଣଦେଖାରୁ ବିଜେଡି ହାରିଛି। ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା। ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ। ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ସେତେବେଳେ କହିଥିଲି। ପ୍ରଭୁ ଜଗନ୍ନାଥ ଠିକ ବିଚାର କରିଛନ୍ତି, ମୁଁ ମଧ୍ୟ ଦେଖାକରି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଇଡକୋ ଜୁନିୟର ମ୍ୟାନେଜର, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ୱର,୬।୧୧: ଭିଜିଲାନ୍ସ ଜାଲରେ ପଡିଲେ ଇଡକୋ ଜୁନିୟର ମ୍ୟାନେଜର। ଇଡକୋର ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢାଉ କରିଛି। ଆୟ...

ପଶ୍ଚିମବଙ୍ଗର ନକଲି ଡାକ୍ତରଙ୍କ ଓଡ଼ିଶା ମୁହାଁ,କୁୱାକ ଡାକ୍ତର କରୁଛନ୍ତି ମେଜର ଅପରେଶନ

ଭୋଗରାଇ,୬।୧୧( ପ୍ରଦୀପ ଦାସ ): ରାଜ୍ୟରେ ସରକାରୀ ଚିକିତ୍ସାଳୟ ଗୁଡିକରେ ଦୈନନ୍ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହେଲେ ଚିକିତ୍ସା କେନ୍ଦ୍ରରେ ଡାକ୍ତର, ନର୍ସ...

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ୪ ଏନ୍‌ଏସ୍‌ଏସ୍‌ ଛାତ୍ରୀଛାତ୍ରଙ୍କ ଆସାମ ଗସ୍ତ

ଭବାନୀପାଟଣା,୬।୧୧(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ବ୍ୟୁରୋ ପକ୍ଷରୁ ୪ ଜଣ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ପୂର୍ବାଞ୍ଚଳ ପ୍ରି ଆର୍‌...

ଅଭିଯୋଗକୁ ରେଳ ବିଭାଗର ଖଣ୍ଡନ

ଢେଙ୍କାନାଳ,୬।୧୧(ରତନ ନାୟାର): ଢେଙ୍କାନାଳ ଜିଲା ସଦର ରେଞ୍ଜ ମୋଟଙ୍ଗା ଥାନା ମେରାମଣ୍ଡଳୀ ରେଳ ଷ୍ଟେଶନ ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ୪୯ ହାତୀ ରେଳଧାରଣା...

୫୭ ନୂଆ ଏନ୍‌ଏସି ପ୍ରସ୍ତାବ: ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଜିଲାପାଳଙ୍କୁ ଚିଠି

ଭୁବନେଶ୍ୱର,୬ା୧୧(ଅନିଲ ଦାସ)ରାଜ୍ୟରେ ପ୍ରସ୍ତାବିତ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ପାଇଁ ରାଜ୍ୟ ସରକାର ୨୩ ଜିଲାରୁ ସବିଶେଷ ତଥ୍ୟ ଆହ୍ବାନ କରିଛନ୍ତି। ଜନସଂଖ୍ୟାଠାରୁ ଆରମ୍ଭକରି...

ଭରତପୁର ଥାନାରେ ନିର୍ଯାତନା ଘଟଣା:୩୦୦ରୁ ଊର୍ଦ୍ଧ୍ୱ ସତ୍ୟପାଠ ଦାଖଲ

ଭୁବନେଶ୍ୱର,୬ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ଅଧିକ ତଦନ୍ତ ଜାରି ରଖିଛି। ଏଥିସହ ବିଚାର ବିଭାଗୀୟ ଯାଞ୍ଚ...

ନରମିଲା ଇସ୍କନ: ଅଦିନିଆ ରଥଯାତ୍ରା ବନ୍ଦ

ଭୁବନେଶ୍ୱର,୬।୧୦(ବନ୍ଦନା ସେଠୀ):ଶେଷରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଛି ଇସ୍କନ। ଆମେରିକାର ହ୍ୟୁଷ୍ଟନ୍‌ରେ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପୁରୀ ଶଙ୍କରାଚାର୍ଯ୍ୟ, ଗଜପତି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ହିତାଧିକାରୀଙ୍କୁ ମିଳିବ ଆଗୁଆ ୩ମାସର ଚାଉଳ

ଭୁବନେଶ୍ୱର,୫ା୧୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷାକରି ହିତାଧିକାରୀମାନଙ୍କୁ ୩ ମାସର ଚାଉଳ ଆଗୁଆ ପ୍ରଦାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri