Categories: ଜାତୀୟ

ସଂସଦରେ ଯୋଗ ଶିକ୍ଷା ଦେବେ ପ୍ରଜ୍ଞା

ଜୁନ୍‌ ୨୧ରେ ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ସାଂଦସମାନଙ୍କୁ ଯୋଗ ଶିକ୍ଷାର ଆୟୋଜନ କରାଯାଇଛି। ଭୋପାଳର ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଅନ୍‌ଲାଇନ୍‌ରେ ଉଦ୍‌ବୋଧନ ଦେଇ ସାଂଦସମାନଙ୍କୁ ଯୋଗ ଶିଖାଇବେ। ଏହିଦିନ ମଧ୍ୟାହ୍ନ ୧୨ଟାରେ ‘ଯୋଗ: ଏ ଓ୍ବେ ଅଫ୍‌ ଲାଇଫ୍‌’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜସ୍ଥାନ ସିକର ଆସନର ଭାଜପା ଏମ୍‌ପି ସୁମେଧାନନ୍ଦ ସରସ୍ବତୀ ଧ୍ୟାନ ଅଧିବେଶନ କରିବେ ବୋଲି ଲୋକ ସଭା ସେକ୍ରେଟାରିଏଟ୍‌ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି। ପ୍ରକାଶ ଯେ, ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ପ୍ରଜ୍ଞା ଠାକୁର ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି।

 

Share