Categories: ଖେଳ

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ ? ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ, ୦୬।୦୭: ଟି-୨୦ ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ ଚମତ୍କାର ପ୍ରଦର୍ଶନ କରି ବିଶ଼୍ବ ଚାମ୍ପିୟନ୍‌ ହୋଇଛି । ୨୯ ଜୁନ୍‌ରେ ଖେଳା ଯାଇଥିବା ଫାଇନାଲ୍‌ ମ୍ୟାଚ୍‌ରେ ଭାରତ ସାଉଥ୍‌ ଆଫ୍ରିକାକୁ ୭ ୱିକେଟ୍‌ରେ ହରାଇ ଟ୍ରଫି ହାସଲ କରିଛି । ଏହି ଐତିହାସିକ ବିଜୟ ପରେ ଭାରତୀୟ ଫ୍ୟାନ୍ସ ଆଗାମୀ ବର୍ଷ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିକୁ ଅପେକ୍ଷା କରିଛନ୍ତି । ୨୦୨୫ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ପାକିସ୍ତାନରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ପ୍ରସ୍ତାବ ରହିଛି । ଏହା ପାକିସ୍ତାନରେ ଆୟୋଜନ ହେବ । ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଗାମୀ ବର୍ଷ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବ କି ନାହିଁ ।

ତେବେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏକ ବଡ଼ ଅପଡେଟ୍‌ ଜାତୀୟ ଗଣମାଧ୍ୟମକୁ ମିଳିଛି । ଆଜତକ୍‌କୁ ମିଳିଥିବା ସୂଚନା ମୁତାବକ ଭିରତୀୟ ଟିମ୍‌ ପାକିସ୍ତାନ ଗସ୍ତ କରିବା ଦିଗରେ ବିଚାର କରୁନାହିଁ । କିନ୍ତୁ ଏହା ଉପରେ କେନ୍ଦ୍ର ସରକାର ହିଁ ଶେଷ ନିଷ୍ପତ୍ତି ନେବେ । ଏହାରି ଭିତରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଆଇସିସିକୁ ଏକ ଡ୍ରାଫ୍ଟ ଫଠାଇଛି । ଏହି ଡ୍ରାଫ୍ଟ ଅନୁସାରେ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ୍‌ ଲାହୋରରେ ଖେଳାଯିବ ବୋଲି ଜଣାପଡ଼ିଛି ।

Share