ଅନୁଭବଙ୍କ ଘର ଛାଡ଼ିବେ ବର୍ଷା !

କଟକ ଅଫିସ,୨ା୬: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିବାଦ ତୁଟିବାର ନାଁ ଧରୁନି। ବର୍ଷା ଅନୁଭବଙ୍କ ପୈତୃକ ଘର  ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ ବର୍ଷା ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ। ଅନୁଭବଙ୍କ ପିଟିଶନକୁ ଗ୍ରହଣ କରିଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। ପ୍ରତି ମାସରେ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରତି ମାସର ୧୦ ତାରିଖ କିମ୍ବା ତା’ ପୂର୍ବରୁ ଏହି ଟଙ୍କା ଅନୁଭବ ବର୍ଷାଙ୍କୁ ଦେବେ ବୋଲି କୋର୍ଟ କହିଛନ୍ତି।  ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ବର୍ଷା-ଅନୁଭବଙ୍କୁ ସୋସିଆଲ ମିଡିଆରେ କେହି କାହାକୁ ଆକ୍ଷେପ ପ୍ରତି ଆକ୍ଷେପ କରିବାକୁ ମନା କରିଥିଲେ ହାଇକୋର୍ଟ । ଜୁଲାଇ ୪ ପର୍ଯ୍ୟନ୍ତ କୌଣସି ଭିଡିଓ ଉଭୟ ପୋଷ୍ଟ କରିପାରିବେନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନେଇ ଉଭୟ ପକ୍ଷକୁ ନୋଟିସ ଜାରି କରିଥିଲେ ହାଇକୋର୍ଟ। ଜୁଲାଇ ୪ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

Share