Categories: ଜାତୀୟ

ଶେଷ ହେବ କି ଡାକ୍ତରଙ୍କ ଆନ୍ଦୋଳନ? ମମତାଙ୍କ ନିକଟରେ କ’ଣ ସର୍ତ୍ତ ରଖି ରାଜି ହେଲେ…

କୋଲକାତା,୧୪।୯: ପଶ୍ଚିମବଙ୍ଗରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଜୁନିୟର ଡାକ୍ତର ଫ୍ରଣ୍ଟ ଦ୍ୱାରା ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ ଅନେକ ଦିନର ବିରୋଧ ପରେ ବର୍ତ୍ତମାନ ଫ୍ରଣ୍ଟର ଏକ ପ୍ରତିନିଧୀ ଦଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପାଇଁ ଯାଇଛନ୍ତି। ଏହି ବୈଠକ କୋଲକାତାର କାଲିଘାଟର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ହେବ।
ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଇମେଲରେ ଲେଖିଛନ୍ତି ଯେ ସେମାନେ ଗତ ୩୫ ଦିନ ଧରି ଆନ୍ଦୋଳନ କରୁଛନ୍ତି ଏବଂ ସେମାନଙ୍କର ପାଞ୍ଚଟି ଦାବି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି।
ପଶ୍ଚିମବଙ୍ଗ ଜୁନିଅର ଡାକ୍ତର ଫ୍ରଣ୍ଟ ସରକାରଙ୍କ ସହ ଆଲୋଚନା ପାଇଁ ଚାରୋଟି ସର୍ତ୍ତ ରଖିଛି। ତାଙ୍କର ସର୍ବୋଚ୍ଚ ଦାବି ଥିଲା ଯେ ଏହି ଆନ୍ଦୋଳନରେ ପ୍ରତିନିଧୀଙ୍କ ସଂଖ୍ୟା ୨୬ ପରିବର୍ତ୍ତେ ୩୦କୁ ବୃଦ୍ଧି କରାଯାଉ, ଯଦିଓ ପ୍ରତିନିଧି ଦଳରେ କେତେ ଲୋକ ଅଛନ୍ତି ସେ ସମ୍ପର୍କରେ ସୂଚନା ସ୍ପଷ୍ଟ ହୋଇନାହିଁ। ଏହା ବ୍ୟତୀତ ଏକ ସର୍ତ୍ତ ରହିଛି ଯେ ବୈଠକରେ ଯୋଗଦେବା ପରେ ଡାକ୍ତରମାନଙ୍କୁ କାମକୁ ଫେରିବା ପାଇଁ ଚାପ ଦିଆଯିବ ନାହିଁ।
ତୃତୀୟ ଦାବି ହେଉଛି ବୈଠକର ସିଧା ପ୍ରସାରଣ ହେବ (ଏଥିରେ ମଧ୍ୟ କୌଣସି ସ୍ପଷ୍ଟତା ନାହିଁ) ଏବଂ ଶେଷ ଦାବି ହେଉଛି ଯେ ସରକାରଙ୍କ ସହ ଆଲୋଚନା କେବଳ ସେହି ପାଞ୍ଚଟି ଦାବି ଉପରେ ଧ୍ୟାନ ଦିଆଯିବ ଯାହା ପୂର୍ବରୁ ଉଲ୍ଲେଖ କରାଯାଇଛି।

Share