Categories: ଜାତୀୟ

ବରଖାସ୍ତ ହେବେ କେଜରିଓ୍ବାଲ ସରକାର? ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୦।୯: ଏକ୍ସାଇଜ ପଲିସିରେ ହୋଇଥିବା ଦୁର୍ନୀତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନ୍ୟାୟିକ ହେପାଜତରେ ଅଛନ୍ତି। ଏହି ସମୟରେ ଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ ହେବାର ବିପଦ ରହିଛି। ସଦ୍ୟତମ ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଭାଜପା ବିଧାୟକଙ୍କ ଚିଠି ପଠାଇଛନ୍ତି।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଅଗଷ୍ଟ ୩୦ରେ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳର ନେତା ବିଜେନ୍ଦ୍ର ଗୁପ୍ତାଙ୍କ ନେତୃତ୍ୱରେ ଭାଜପା ବିଧାୟକମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେ ଦିଲ୍ଲୀରେ ସାମ୍ବିଧାନିକ ସଙ୍କଟ ଉତ୍ପନ୍ନ ହେବାର ଅଭିଯୋଗ କରି ଦିଲ୍ଲୀ ସରକାର ବରଖଶସ୍ତ ହେବାର ଦାବି କରିଥିଲେ।
ସେ କହିଥିଲେ, ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି। ଏକ୍ସାଇଜ ପଲିସି ସ୍କାମ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଚାରି ମାସରୁ ଅଧିକ ସମୟ ଜେଲରେ ଅଛନ୍ତି। ଜେଲରେ ଥାଇ ମଧ୍ୟ କେଜରିୱାଲ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। ଫଳରେ ସମ୍ବିଧାନିକ ସଙ୍କଟ ଦେଖାଦେଇଛି।

 

Share