ଇସ୍ତଫା ଦେବେ କି ପିସିସି ସଭାପତି! ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଥିବା ଚର୍ଚ୍ଚା

ଭୁବନେଶ୍ୱର,୪।୭: ବଦଳିବେ କି ପିସିସି ସଭାପତି ? ଜୋର ଧରିଲା ମୁଖିଆ ପରିବର୍ତ୍ତନ ଚର୍ଚ୍ଚା। ଶରତ ପଟ୍ଟନାୟକ ଏଆଇସିସି ପାଖକୁ ଇସ୍ତଫାପତ୍ର ପଠାଇଥିବା ଆଲୋଚନା ହେଉଛି। ହେଲେ ଏନେଇ ନା କେନ୍ଦ୍ରୀୟ ନେତୃତ୍ୱ କି ନିଜେ ପିସିସି ସ୍ପଷ୍ଟ କିଛି କରିନାହାନ୍ତି।

କଂଗ୍ରେସ ପ୍ରଦର୍ଶନକୁ ନେଇ ସାରା ରାଜ୍ୟରେ କଂଗ୍ରେସ କର୍ମୀ ଅସନ୍ତୁଷ୍ଟ ଅଛନ୍ତି । ଫଳାଫଳ ପରେ ଅନେକ ବିବାଦ ଶରତଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଆସନ୍ତା ୧୫ ତାରିଖରେ ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନର ସମୀକ୍ଷା ପାଇଁ କେନ୍ଦ୍ରୀୟ କମିଟି ଆସୁଛନ୍ତି ।