Categories: ଖେଳ

ବର୍ଷା ଧୋଇନେବ କି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ ? ଜାଣନ୍ତୁ କେମିତି ରହିଛି ପାଣିପାଗ

ନୂଆଦିଲ୍ଲୀ, ୦୨।୦୮: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ଼୍ବରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜୁ ଭାରତ ୩-୦ ରେ ନିଜ ନାମରେ କରିଛି । ଏହି ସିରିଜ ପରେ ରୋହିତ ଶର୍ମାଙ୍କ ଅଧିନାୟକତ଼୍ବରେ ଆଜି ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ୱାନ୍‌ଡେ ସିରିଜ୍‌ ଖେଳିବାକୁ ଯାଉଛି । ଟି-୨୦ ବିଶ଼୍ବକପ୍‌ ଜିତିବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରଥମକରି ମ୍ୟାଚ୍‌ ଖେଳିବେ । ଦୁହେଁ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ବିଶ଼୍ବକପ୍‌ ପରେ ଟିମ୍‌ ଇଣ୍ଡିଆର ଏହା ପ୍ରଥମ ୱାନ୍‌ଡେ ହୋଇଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଏହି ସମୟରେ ବର୍ଷା ହେବାନେଇ ସମ୍ଭାବନା ରହିଥିବାରୁ ମ୍ୟାଚ୍‌ ଧୋଇଯାଇପାରେ ବୋଲି କୁହାଯାଉଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ଶୁକ୍ରବାର କଲମ଼୍େବାରେ ବର୍ଷା ହେବା ନେଇ ୭୦ ପ୍ରତିଶତ ଆଶଙ୍କା ରହିଛି । ମ୍ୟାଚ୍‌ ଚାଲିଥିବା ସମୟରେ ବର୍ଷା ଖେଳ ବିଗାଡ଼ିପାରେ ବୋଲି ସମ୍ଭାବନା ରହିଛି । କୁହାଯାଉଛି ଯେ, ବର୍ଷା କାରଣରୁ ମ୍ୟାଚ୍‌ ବାତିଲ୍‌ ହୋଇପାରେ ।
Share