ପାକିସ୍ତାନରେ ନିର୍ବାଚନ ସମୟରେ ହେବ କି ଆତଙ୍କବାଦୀ ଆକ୍ରମଣ! କ୍ଷମତା ଲୋଭୀ ରାଜନୈତିକ ଦଳକୁ ଟାର୍ଗେଟ କରିବ ଆଇଏସକେପି

ଇସଲାମବାଦ,୧।୮: ଆସନ୍ତା ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ଆତଙ୍କବାଦୀଙ୍କ ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଖେବରପଖତୁନଖାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସକେପି) ନିଜକୁ ଦାୟୀ କରିଛି। ସଂଗଠନ ସ୍ପଷ୍ଟ କରିଛି ଯେ, ରାଜନୈତିକ ଦଳ ଉପରେ ଆଗକୁ ଆକ୍ରମଣ ଜାରି ରଖିବ। ଆଇଏସକେପି ନିଜର ପତ୍ରିକାରେ ଏହି ଆକ୍ରମଣକୁ ନିନ୍ଦା କରିଥିବା ଆତଙ୍କବାଦୀ ଗୋଷ୍ଠୀକୁ ପରିହାସ କରିଛି।

ଆଇଏସକେପି କହିଛି, ପାକିସ୍ତାନ ଏପର୍ଯ୍ୟନ୍ତ ମୁସଲମାନ ରାଷ୍ଟ୍ର ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ମୁସଲମାନ ନିୟମ ଅନୁଯାୟୀ ଏକ ନିୟମ ରହିବା ଆବଶ୍ୟକ। ସଂସ୍ଥା ବିଶ୍ୱାସ କରେ ଯେ, ପାକିସ୍ତାନର ଇତିହାସରେ ସ୍ବାଧୀନତା ପରେ ରାଜନୀତି କେବଳ କ୍ଷମତା ହାସଲ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି।

Share